Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ପସନ୍ଦ ପଖାଳ . . . .

ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଏକଥା କହିଥିଲେ।

author-image
Prangyan Parimita
ଅଦ୍ୟତନ ହୋଇଛି
Pakhala divas

Pakhala divas

ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ ଭାରି ପସନ୍ଦ। ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଏକଥା କହିଥିଲେ। ଦୂରଦର୍ଶନରେ ପ୍ରସାରିତ ଏକ କାର୍ଯ୍ୟକ୍ରମକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ପଖାଳ ମୋର ପ୍ରିୟ ଖାଦ୍ୟ।

Advertisment

ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ରହିଛି। ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନର କଥା କହିଥିଲେ। ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି ରୋକଠୋକ କହିଥିଲେ ନବୀନ।

ଓଡ଼ିଶା ଜଗନ୍ନାଥଙ୍କ ଦେଶ। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ। ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ଋଚି ପ୍ରତି ନବୀନଙ୍କର ବିଶେଷ ଆଗ୍ରହ ରହିଛି। ସେଥି ପାଇଁ ଓଡ଼ିଶା ବାହାରୁ ଆସୁଥିବା ଅତିଥିମାନଙ୍କୁ ସେ କେବଳ ଓଡ଼ିଆ ଖାଦ୍ୟ ପରଷି ଦେଇଥାନ୍ତି। କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ଓଡ଼ିଶା ଆସିଥିଲେ ଦେଶର ବରିଷ୍ଠ ରାଜନେତା। ଏହି ନେତାଙ୍କ ମଧ୍ୟରେ ଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ଓ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ।

Advertisment

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଖାଳ ଖୁଆଇ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ। ୨୦୧୮ ଜାନୁଆରୀରେ ‘ଦି ଟଲମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ଜାତୀୟସ୍ତରର ନେତାଙ୍କୁ ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ପଖାଳ ସହ ଓଡିଆ ବ୍ୟଞ୍ଜନରେ ଆପ୍ୟାୟିତ କରିଥିଲେ।

Pakhala Divas
Advertisment
Advertisment