/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649472733.jpg)
Rukuna Rath Yatra Of Lord Lingaraj
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ଓ ରଥାରୁଢ ହେବ । ରଥ ଉପରେ ପ୍ରଭୁଙ୍କୁ ଦେଢଟାରୁ ୩ଟା ୩୦ ମଧ୍ୟରେ ପୂଜା ପରେ ରଥ ଟଣା ଆରମ୍ଭ ହେବ । ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ କଟକଣା ଲାଗିଥିବାବେଳେ ଚଳିତ ବର୍ଷ ଭକ୍ତ ରଥ ଟାଣିବେ ।
Advertisment
ଅନ୍ୟପକ୍ଷେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି । ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି । ପ୍ରଥମ ଘଡା ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଘଡା ୪୭ ହଜାର ଟଙ୍କାରେ ନିଲାମ ହୋଇଛି । ବଡୁ ନିଯୋଗ ପକ୍ଷରୁ ଏହି ନିଲାମ ଡକାଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)