• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ କେମିତି ସୁଚାରୁରୂପେ ତୁଲାଇବେ ସେନେଇ ଆଲୋଚନା କରାଯାଇଛି । ଟ୍ରାଫିକ, ପାନୀୟ ଜଳ, ରାସ୍ତା ମରାମତି, ପାର୍କିଂ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି ।

ସମର୍ଥା,ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନଥିବାର ସୂଚନା ମିଳିଛି । ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା,ପରେ ତାହା ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁ କୁ ଚାଲିଯାଇଛି । ଏନେଇ ସେବାୟତଙ୍କ ମଧ୍ୟରେ କିଛି ମାନ ଅଭିମାନ ରହିଥିଲେ ସୁଧା ରଥଯାତ୍ରାରେ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ସେପଟେ କୋଭିଡ ପାଇଁ ବନ୍ଦ ଥିବା ମରିଚି କୁଣ୍ଡ ପାଣି ଚଳିତ ବର୍ଷ ନିଲାମ ହେବ । ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ଏ ବର୍ଷ ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ ।

ଗତକାଲି ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଅଧ୍ୟାଦେଶ ରଦ୍ଦ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଧ୍ୟାଦେଶ ବିଧାନସଭା କ୍ଷମତା ବାହାରେ ବୋଲି ଦର୍ଶାଇଛନ୍ତି କେନ୍ଦ୍ର ସରକାର । ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର । ସଂସ୍କୃତି ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶକୁ ବିରୋଧ କରିଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ ।

ତେବେ ଏହା ରାଜ୍ୟ ବ୍ୟବସ୍ଥାପିକାର କ୍ଷମତା ବାହାରେ ଏବଂ ଏହିସବୁ ମନ୍ଦିର ପାଇଁ ପୂର୍ବରୁ ପ୍ରଚଳିତ ଥିବା ଆନସିଏଣ୍ଟ ମୋନୁମେଣ୍ଟ ଆକ୍ଟ ଆଣ୍ଡ ସାଇଟ୍ସ ଆଣ୍ଡ୍ ରିମେନ୍ସ ଆକ୍ଟ -AMASR ଆଇନ୍ ୧୯୫୮ର ବିରୁଦ୍ଧାଚରଣ କରୁଥିବା କେନ୍ଦ୍ର ସରକାର ଦର୍ଶାଇଛନ୍ତି । ବିଶେଷକରି କେନ୍ଦ୍ର ସଂସ୍କୃତି ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶକୁ ବିରୋଧ କରିଥିଲେ । ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଆଉ ୮ଟି ପୁରୁଣା ଐତିହ୍ୟ ସ୍ଥଳ ଲାଗି ଗତ ୨୦୨୦ ଡିସେମ୍ବରରେ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ୍ । ତେବେ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କୀତ ଖବର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।