Advertisment

ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ନେତ୍ରୋତ୍ସବ,କାକଟପୁରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ପ୍ରଥମ ପାଳି ଯାତ୍ରାରେ ମାଆଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବା ସହ ମାଆଙ୍କ ନିକଟରେ ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଛି । ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ବ୍ରତ ରଖି ମାଆ ମଙ୍ଗଳାଙ୍କ ଉଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି ।

author-image
Pallipuspa Samal
The famous Netrotsava of Maa Mangala

The famous Netrotsava of Maa Mangala

ଆଜିର ଏହି ପବିତ୍ର ଦିନରେ ମାଆ ମଙ୍ଗଳା ପୂଣ୍ୟତୋୟା ପ୍ରାଚୀ ନଦୀରୁ ଆବିର୍ଭୂତ ହୋଇଥିଲେ ଓ ମାଆ ମଙ୍ଗଳା ମନ୍ଦିରର ପ୍ରତିଷ୍ଠା କରାଯାଇଥିଲା । ତେଣୁ ଆଜିର ଦିନକୁ ବେଶ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଘାଳୁ ମାନେ ପାଳନ କରିଥାନ୍ତି । ତେବେ କରୋନା କଟକଣାର ଦୁଇବର୍ଷ ପରେ 'ନେତ୍ର ଉତ୍ସବ'ରେ ମାଆଙ୍କ ଦର୍ଶନ ସ୍ୱାଭାବିକ ହୋଇଛି ।

Advertisment

ପ୍ରତ୍ୟୁଷରୁ ମାଆଙ୍କ ନୀତିକାନ୍ତି ପରେ ମଧ୍ୟାହ୍ନରେ ମାଆଙ୍କ ଆଜ୍ଞାମାଳ ନେଲା ପରେ ମାଆଙ୍କ ସେବକ ମାନେ ଛୁଆ,ହଳଦୀ ଓ ବିଶୁଦ୍ଧ ଜଳରେ ନୀଳ ଚକ୍ରକୁ ସ୍ନାନ କଳାପରେ ପୁରୁଣା ନେତ୍ରକୁ ପରିବର୍ତ୍ତନ କରି ନୂତନ ଶ୍ଵେତ ନେତ୍ର ବାନ୍ଧି ଥାଆନ୍ତି । ମାଆଙ୍କ ଏହି ନେତ୍ର ଉତ୍ସବରେ ମାଆ ସାରଳା ପୀଠରୁ ଆସିଥିବା ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଆଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମାଆଙ୍କ ମହିମା ପ୍ରଚାର ବିଭିନ୍ନ ଗାଁ ଗଣ୍ଡାକୁ ଉଦେଶ୍ୟରେ ଯାତ୍ରା ଆରମ୍ଭ କରନ୍ତି ।

ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ମାଆଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ପଞ୍ଚମ ପାଳିରେ ମାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ପରେ ପରେ ମାଙ୍କ ପାଳିଯାତ୍ରା ସମାପନ ହୋଇଥାଏ ।

Advertisment

ତେବେ ଦୀର୍ଘ ଦୁଇ ବର୍ଷର କଟକଣା ପରେ ମା ମଙ୍ଗଳା ପୀଠରେ କିଭଳି ଚାଲିଛି ନେତ୍ରୋତ୍ସବ ସେ ସମ୍ପର୍କରେ କାକାଟପୁର ମା ମଙ୍ଗଳା ପୀଠରୁ ଅଧିକ ସୂଚନା ଦେଉଛନ୍ତି ଆମ କୋଣାର୍କ ପ୍ରତିନିଧି ସଞ୍ଜୟ ପତି ।

Netrotsava Of Maa Mangala
Advertisment
Advertisment