• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ । ହୋଲି ପୂର୍ବରୁ ଦୋଳପୂର୍ଣ୍ଣିମାର ଧୁମ୍ ଗାଁ ଗାଁରେ ଜମୁଛି ଦୋଳ ମେଳଣ । ହେଲେ ଓଳକଣାର ଏ ମେଲଣ ପର୍ବ କିନ୍ତୁ ବେଶ୍ ନିଆରା ।

ଏଠାକାର ବିଶେଷତ୍ୱ ହେଉଛି ଏଠି କୌଣସି ବିମାନଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ । ଭକ୍ତମାନେ ନିଜ ହାତରେ ରାଧାକୃଷ୍ଣଙ୍କୁ ଭୋଗ ଲଗାନ୍ତି ଓ ଏହାପରେ ମସଗୁଲ ହୋଇଯାନ୍ତି । ଫଗୁ ଖେଳରେ କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ୨ ଶହରୁ ଅଧିକ ବିମାନ ସାମିଲ ହୋଇଥାନ୍ତି ଏହି ପ୍ରସିଦ୍ଧ ମେଳଣରେ ।

 ବଲାଙ୍ଗିରର ଯାଦବ ସମାଜ ଦ୍ୱାରା ପାଳିତ ହୋଇଛି ମଧ୍ୟ ନିଆରା ଦୋଳ ପୂର୍ଣ୍ଣିମା । ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବାଡି ଖେଳ ସହିତ ରଙ୍ଗ ଖେଳରେ ମାତିଯାଇଥିଲେ ଯାଦବ ମାନେ । ସହର ପରିକ୍ରମା କରିଥିବା ରାଧାକୃଷ୍ଣଙ୍କ ମେଳନକୁ ଦେଖିଥିଲେ ଶହ ଶହ ଭକ୍ତ । ଏପଟେ ଶ୍ରୀକ୍ଷେତ୍ରରେ ମଧ୍ୟ ସୃଷ୍ଟି ହୋଇଥିଲା ଅନନ୍ୟ ଭକ୍ତିମୟ ପରିବେଶ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଛନ୍ତି ପ୍ରଭୁ ।

 

ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣୀମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।

ରାତି ପାହିଲେ ରଙ୍ଗର ପର୍ବ ହୋଲି ପ୍ରେମ ଓ ଭାଇଚାରାର ଏହି ପର୍ବରେ ସାମିଲ ହେବାକୁ ବ୍ୟଗ୍ର ହେଲାଣି । ମନ ବଜାରରେ ମେଲିଛି ଭେଳିକି ଭଳି ରଙ୍ଗର ପସରା । ସର୍ବସାଧାରଣ ସ୍ଥାନରେ ହୋଲି ପାଳନରେ କଟକଣା ଲାଗିଥିଲେ ମଧ୍ୟ ଏଥର କିନ୍ତୁ ମହାମାରୀକୁ ଭୟ ନାହିଁ । ପରିବାର ଓ ପଡୋଶୀଙ୍କ ସହ ରଙ୍ଗ ଖେଳିବାକୁ ମାର୍କେଟରେ ଭିଡ । ହର୍ବାଲ କଲର କିଣିବାକୁ ଗ୍ରାହକ ଅଧିକ ପସନ୍ଦ କରୁଥିବାବେଳେ ଏବର୍ଷର ଆକର୍ଷଣ କିନ୍ତୁ ପାଲଟିଛି ପୁଷ୍ପା ହେୟାର ଷ୍ଟାଇଲ ।

ଏପଟେ ସମଗ୍ର ଉତ୍ତର ଭାରତରେ ଆଜି ଖୁବ ଧୁମଧାମରେ ପାଳନ ହୋଇଛି ହୋଲି । ଜନତାଙ୍କଠାରୁ ନେତା ରଙ୍ଗର ପର୍ବରେ ମସଗୁଲ ହୋଇଛନ୍ତି । ସମସ୍ତେ ସୀମାରେ ଅନବରତ ଭାବେ ଶତ୍ରୁ ପକ୍ଷକୁ ସାମ୍ନା କରୁଥିବା ଯବାନ ବି ରଙ୍ଗମୟ ହୋଇ ପାଳନ କରିଥିଲେ ହୋଲି ଉତ୍ସବ।