• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ । ଏହାରି ସ୍ମୃତି ଆଜି ତାଜା ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଫିସ୍ ଓ ଛକ ଆଜି ପାଇଁ ଆଲୋକରେ ସଜା ଯାଇଛି । ରାଜଧାନୀ ଯେପରି ଆଜି ନୂତନ ବୋଧୂ ବେଶରେ ସଜେଇ ହୋଇଛି ।

୧୯୩୬ ମସିହା ଏପ୍ରିଲ ୧ ଅର୍ଥାତ ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା । ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂମି । ଏହାରି ମଧ୍ୟରେ ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି ।

ଅନ୍ୟପକ୍ଷେ,ଉତ୍କଳ ଦିବସକୁ ଅଭିନବ ଢଙ୍ଗରେ ପାଳନ କରିଛି ଦେଶର ଅଗ୍ରଣୀ ଚା ବ୍ରାଣ୍ଡ ଟାଟା ଟି ପ୍ରିମିୟମା । ଉତ୍କଳ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଏସ୍ପ୍ଲାନେଡ୍ ମଲ୍‌ରେ ବିଶାଳ ୩ଡି ପ୍ରୋଜେକ୍ସନ୍ ମ୍ୟାପିଂ ସୋ ଜରିଆରେ ଗ୍ରାହକଙ୍କ ସହ ସମ୍ପର୍କ ଯୋଡ଼ିଛି ଟାଟା ଟି ପ୍ରିମିୟମ । ଏହି ଅବସରରେ କମ୍ପାନି ପକ୍ଷରୁ ଓଡ଼ିଶାର ପ୍ରମୁଖ ଗୌରବମୟ କଳାକୃତି ଓ ଐତିହ୍ୟ ଯେପରି ଚମତ୍କାର ବିଶ୍ ଚର୍ଚ୍ଚିତ ମନ୍ଦିରଠାରୁ ଆରମ୍ଭ କରି ଅତି ସୁନ୍ଦର କଳାକୃତି, ଜଟିଳ ନୃତ୍ୟକଳା, ସୁନ୍ଦର ବେଳାଭୂମି ଓ ରାଜ୍ୟର ସହନଶୀଳ ଜନତା ଆଦିକୁ ପ୍ରଦର୍ଶନ କରାଯାଇଛିା କମ୍ପାନିର ଏହି ପ୍ରୟାସକୁ ପତାକା ଦେଖାଇ ସମର୍ଥନ ଜଣାଇବା ସହ ପ୍ରଶଂସା କରିଛନ୍ତି ଦର୍ଶକ ।