Advertisment

ହୋଲିରେ ଏହି ଭଗବାନଙ୍କୁ ପୂଜା କରନ୍ତୁ କଷ୍ଟରୁ ମିଳିବ ମୁକ୍ତି

ହୋଲି ପର୍ବ ପାରମ୍ପରିକ ରୂପେ ଦୁଇଦିନ ପାଳନ କରାଯାଏ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ତେବେ କଣ ଆପଣ ଜାଣନ୍ତି କି ହୋଲି ଦିନ କେଉଁ ଭଗବାନଙ୍କୁ ପୂଜା କଲେ ବହୁ କଷଟରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମର ଚଳନ୍ତି ପ୍ତିମା ବା ଭଗବାନ ହେଉଛନ୍ତି ମହାବୀର ହୁମାନ । ହୋଲି ଦିନ ଭଗବାନ ହନୁମାନଙ୍କୁ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Holi

Holi

ହୋଲି ରଙ୍ଗର ପର୍ବ।  ହିନ୍ଦୁ ଧର୍ମରେ ହୋଲି ପର୍ବର ଅନେକ ମହତ୍ତ୍ୱ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସ ପୂର୍ଣ୍ଣିମାରେ ହୋଲି ପର୍ବ ପାଳନ କରାଯାଏ। ଏହି ଦିନ ଲୋକ ସବୁ ବାଦବିବାଦ, ରାଗ-ରୋଷ ଭୁଲି ଏକାଠି ହୋଇ ପରସ୍ପରକୁ ରଙ୍ଗ ଲଗାଇ ଥାନ୍ତି ।ଏହିଦିନ ଲୋକେ ପରସ୍ପରକୁ ଖୁସିର ରଙ୍ଗରେ ରଙ୍ଗେଇଥାନ୍ତି ।

Advertisment

ଜ୍ୟୋତିଷଶାସ୍ତ୍ର ଅନୁସାରେ ସମ୍ବତ୍ସରର ରାଜା ଓ ମନ୍ତ୍ରୀ ଉଭୟ ମଙ୍ଗଳ। ମଙ୍ଗଳ ଗ୍ରହର କାରକ ହନୁମାନ। ସେଥିପାଇଁ ହୋଲି ଦିନ ହନୁମାନଙ୍କ ସହ ସମ୍ବନ୍ଧିତ କିଛି ଉପାୟ କଲେ କଷ୍ଟରୁ ମୁକ୍ତି ମିଳିଥାଏ। ହୋଲି ରାତିରେ ହନୁମାନଙ୍କୁ ପୂଜା କରିବା ଓ କିଛି ସାମାନ୍ୟ ଉପାୟ କରିବା ଶୁଭ ବୋଲି କୁହାଯାଏ। ଏହାକୁ ଅତ୍ୟନ୍ତ କଲ୍ୟାଣକାରୀ ବୋଲି କୁହାଯାଇଛି। ଏହି ଉପାୟ ଦ୍ୱାରା ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ।ହୋଲିରେ କରନ୍ତୁ ଏହି ଠାକୁରଙ୍କୁ ପୂଜା, କଷ୍ଟରୁ ମିଳିବ ମୁକ୍ତି

ହୋଲି ଦିନ ହନୁମାନଙ୍କୁ ଏପରି କରନ୍ତୁ ପୂଜା

  • ହୋଲି ରାତିରେ ହନୁମାନ ଚାଳିଶା ଓ ବଜରଙ୍ଗ ବାଣ ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା କଷ୍ଟରୁ ମୁକ୍ତି ଦେଇଥାଏ
  • ହୋଲିକା ଦହନ ରାତିରେ ସ୍ନାନ କରନ୍ତୁ ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରି ଘରେ ହନୁମାନଙ୍କ ପୂଜା କରନ୍ତୁ
  • ପୂଜା କରିବା ସମୟରେ ହନୁମାନଙ୍କୁ ସିନ୍ଦୁର ଓ ଚେମେଲୀ ତେଲ ଅର୍ପଣ କରନ୍ତୁ
  • ହନୁମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ପୁରା ବିଧି ବିଧାନ ସହ ପୂଜା କରନ୍ତୁ
  • ହନୁମାନଙ୍କୁ ଫୁଲ ମାଳ, ପ୍ରସାଦ ଅର୍ପଣ କରି ଘିଅ ଦୀପ ଲଗାନ୍ତୁ
  • ଏହାପରେ ହନୁମାନ ଚାଳିଶା ପାଠ କରି ଆଳତୀ କରନ୍ତୁ
  • ପ୍ରସାଦରେ ଗୁଡ ଓ ଚଣା ଅର୍ପଣ କରି ଭୋଗ ସମସ୍ତଙ୍କୁ ବାନ୍ତି ଦିଅନ୍ତୁ
Advertisment
Holi 2022
Advertisment
Advertisment