• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ। ଭାଇଚାରାର ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ସମସ୍ତେ ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଂଗ ଲଗାଇ ଉତ୍ସବ ମନାଉଛନ୍ତି । କିଛି ସମୟ ପାଇଁ ହେଉ ପଛେ ଜୀବନର ସମସ୍ତ ଦୁଃଖସୁଖ ଭୁଲିଯିବାର ଦିନ ।

ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବାବେଳେ ଏଥର କିନ୍ତୁ ବେଶ ଅନୁକୂଳ ରହିଛି ପରିବେଶ ।

ସେପଟେ ଆଜି ଭଦ୍ରକର ସର୍ବପୁରାତନ ଵାଗୁରାଇ ଦୋଳ ମଣ୍ଡରେ ଚାଲିଛି ଅଭିରର ଖେଳ। ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ପରସ୍ପର ମଧ୍ୟରେ ଅଭିର ଲଗାଇ ହୋଲି ପାଳୁଛନ୍ତି । ଆଖପାଖ ଅଞ୍ଚଳର ୪୦ରୁ ଅଧିକ ମେଢ ଏଠି ଆସି ଏକତ୍ରିତ ହୋଇଥାଆନ୍ତି । ରଙ୍ଗର ପର୍ଵ ହୋଲି ଉପଲକ୍ଷେ ସମଗ୍ର ପରିବେଶ ଚଳଚଞ୍ଚଳହୋଇଉଠିଛି । ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ନେଇ ସୁସଜ୍ଜିତ ମେଢ ସବୁ ଦେଳ ମଣ୍ଡପ ଅଭିମୁଖେ ଆସୁଛନ୍ତି ।

ସେହିପରି ବାଲେଶ୍ୱର ଆଜି ସିମୁଳିଆ ବ୍ଲକର ଅଡାରେ ୨୦୦ ପୁରୁଣା ମେଳଣ ବାହାରିଛି । ବିମାନ ଗୁଡିକ ସୁନ୍ଦର ସୁନ୍ଦର ଭାବେ ସାଜସଜ୍ଜା ହୋଇ ମେଳଣ ପଡିଆକୁ ଆସୁଛି l ଏଥିସହିତ ବିମାନ ଗୁଡିକୁ ଦେଖିବା ପାଇଁ ଲୋକଙ୍କର ଭିଡ ମଧ୍ୟ ଜମୁଛି l