/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648441470.jpg)
Dolo Melana Observed In cuttack
ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ ଦୋଳମେଳନ । ଉତ୍କଳୀୟ ପରମ୍ପରାରେ ଦୋଳ ପର୍ବ ଏକ ଆକର୍ଷଣୀୟ ପର୍ବ । ଦୋଳରେ ଅବିର ଖେଳ ସାଙ୍ଗକୁ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ଧରି ଶ୍ରଦ୍ଧାଳୁ ବୁଲିଥାନ୍ତି । ଦୋଳରେ ଗୋବିନ୍ଦଙ୍କୁ ଦର୍ଶନ କଲେ ପୁର୍ନଜନ୍ମ ପ୍ରାପ୍ତ ହୁଏ ବୋଲି ଜନମାନସରେ ବିଶ୍ୱାସ ରହିଛି ।
ଓଡ଼ିଶାର ପୁରପଲ୍ଲୀରେ ଦୋଳମେଳଣରେ ବେଶ ସ୍ୱତନ୍ତ୍ରତା ଥାଏ । ହେଲେ କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି । ବ୍ରିଟିଶ ଶାସନ ସମୟରେ ଜଣେ ଡେପୁଟି ଅଫିସରଙ୍କ ଦ୍ୱାରା ପ୍ରସିଦ୍ଧ ଦିପୋଟି ମେଳନ ଆରମ୍ଭ ହୋଇଥିଲା । କାଳକ୍ରମେ ତାହା ପାଳନ ହୋଇଆସୁଛି ।
ସୁସଜ୍ଜିତ ବିମାନ ଦୋଳ ମେଳଣ ପଡିଆକୁ ଆସିଥିଲେ । ପଡିଆକୁ କସର୍ଦା ଲକ୍ଷ୍ମୀ ନାରାୟଣଙ୍କ ପ୍ରବେଶ ପରେ ଅନ୍ୟ ଦୋଳ ପ୍ରବେଶ କରିଥିଲେ । ଦୋଳାଧିଶଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାୟ ୧୦ ଦିନ ଧରି ଚାଲିଥିବା ଯାତ୍ରା ଶେଷରେ ଉଦଯାପିତ ହୋଇଛି । ଦିନକୁ ଦିନ କଳା ସଂସ୍କୃତି ପରମ୍ପରାର ଅବକ୍ଷୟ ଘଟୁଥିଲା ବେଳେ ଏଠାରେ ଅଞ୍ଚଳବାସୀ ପରମ୍ପରାକୁ ଉଜୀବିତ କରି ରଖିଛନ୍ତି।
ଅନ୍ୟପକ୍ଷେ, କରୋନା ପାଇଁ ଦୁଇ ବର୍ଷ ଧରି ଭକ୍ତ ସମାଗମରେ କଟକଣା ଲାଗିଥିଲା । ହେଲେ ଚଳିତବର୍ଷ କଟକଣା କୋହଳ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)