/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651562960.jpg)
Minister Arun Sahoo
ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିବ୍ୟ ମୁହୂର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଛି।
Advertisment
ଚାଷୀ ଭାଇ, କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ବିହନ ବୁଣଛନ୍ତି। ଏପଟେ ରାଜଧାନୀର ବରମୁଣ୍ଡାରେ କୃଷି ଯନ୍ତ୍ରପାତି ତାଲିମ କେନ୍ଦ୍ରରେ ରାଜ୍ୟସ୍ତରୀୟ ଭୂମି ପୂଜା ଓ ଅଖିମୁଠି ଅନୂକୂଳ ହୋଇଛି।
ଏଥିରେ ଯୋଗଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ସେ ନିଜେ ମଧ୍ୟ ବିହନ ବୁଣିବା ସହ ହଳ ମଧ୍ୟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଠଗଡ ତିଗିରିଆରେ ବି ଅଖିମୁଠି ଅନୁକୂଳ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)