/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651475854.jpg)
Puri Gears Up To Celebrate Akhsaya Trutiya
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ସାଥିରେ ରାମକୃଷ୍ଣ ଏବଂ ପଞ୍ଚୁପାଣ୍ଡବ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ସେଥିପାଇଁ ବିଶ୍ୱକର୍ମା ସେବକମାନେ ଚନ୍ଦନ ପୁଷ୍କରିଣୀରେ ୨ଟି ଚାପ ନିର୍ମାଣ କରୁଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟରୁ ଆରମ୍ଭ ହେବ ଘୋଷଯାତ୍ରାର ରଥକାମ । ସେଥିପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି । ସେବାୟତ ଓ ପ୍ରଶାସନ ପ୍ରସ୍ତୁତିରେ ଲାଗିପଡିଛନ୍ତି ।
ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନନ୍ଦା ଓ ଭଦ୍ରା ଦୁଇଟି ଚାପରେ ବିରାଜମାନ କରିବେ । ୨୧ ଦିନ ଧରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ଜଳକ୍ରିଡା ଚାଲିବ ।
ଅନ୍ୟପକ୍ଷେ, ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏଥି ତିଥିକୁ ବ୍ରତଭାବେ ମଧ୍ୟ ପାଳନ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)