୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି ।
ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ ।
କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି ।
ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ପ୍ରଥମ ପାଳି ଯାତ୍ରାରେ ମାଆଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବା ସହ ମାଆଙ୍କ ନିକଟରେ ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଛି । ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ବ୍ରତ ରଖି ମାଆ ମଙ୍ଗଳାଙ୍କ ଉଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି ।
ଓଡ଼ିଆର ପ୍ରାଣ, ଗରିବର ଧନ ଓ ଖଟିଖିଆଙ୍କ ଜୀବନ-ପଖାଳ କଂସା । ଶାଗ ଭଜା କି ମାଛ ଭଜା ଥିଲେ ତ ସ୍ୱର୍ଗୀୟ ଭୋଜନ ଭଳି କଥା । ଓଡ଼ିଶାବାସୀ ଯେ ପଖାଳକୁ କେତେ ପସନ୍ଦ କରନ୍ତି, ପ୍ରତି ବର୍ଷ ଭଳି ଆଜି ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ପଖାଳ ଦିବସ ପାଳି, ତାହା ଜଣାଇ ଦେଇଛନ୍ତି ସାରା ଦୁନିଆକୁ ।
ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଏକଥା କହିଥିଲେ।
ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ।
ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ
ଦିଲ୍ଲୀରୁ ମୁମ୍ବାଇ, ଗୁଜରାଟରୁ କୋଲକାତା, ଆଉ ତା ସହ ମଥୁରା ବୃନ୍ଦାବନ... ଗଗନ ପବନ, ଖାଲି ରଙ୍ଗ ଆଉ ରଙ୍ଗ । ନାଚଗୀତ ସହ ଫୁଲ୍ ଜୋଶରେ ହୋଲି ଖେଳ । ରଙ୍ଗର ପର୍ବ ପାଳିବାକୁ ସାରା ଦେଶରେ ଉତ୍ସାହ ।
ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର ।
କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିଲ୍କୁଲ ହୋଲି ଖେଳନ୍ତି ନାହିଁ । ଏହି ତାଲିକାରେ କରୀନା କପୁର ଖାନ, ରଣବୀର ସିଂ, ଟାଇଗର ଶ୍ରଫଙ୍କ ନାଁ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିମାନେ କାହିଁକି ହୋଲି ପର୍ବ ପାଳନ କରନ୍ତି ନାହିଁ ।
ହୋଲି ପର୍ବ ପାରମ୍ପରିକ ରୂପେ ଦୁଇଦିନ ପାଳନ କରାଯାଏ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ତେବେ କଣ ଆପଣ ଜାଣନ୍ତି କି ହୋଲି ଦିନ କେଉଁ ଭଗବାନଙ୍କୁ ପୂଜା କଲେ ବହୁ କଷଟରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମର ଚଳନ୍ତି ପ୍ତିମା ବା ଭଗବାନ ହେଉଛନ୍ତି ମହାବୀର ହୁମାନ । ହୋଲି ଦିନ ଭଗବାନ ହନୁମାନଙ୍କୁ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ନିଜ ନିଜର ପାରମ୍ପରିକ ରିତୀନିତୀରେ ହୋଲି ପାଳନ କରୁଛନ୍ତି ଦେଶବାସୀ।
ଆସୁଛି ରଙ୍ଗର ପର୍ବ ହୋଲି। ଟିକିଏ ଅସାବଧାନତା ଅନେକ ସମସ୍ୟାରେ ପକେଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ପଦକ୍ଷେପ ନେଲେ ଏଥିରୁ ରକ୍ଷା ପାଇ ପାରିବା।
ହିନ୍ଦୁ ଧର୍ମ ବିଚାରରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ହାତରେ ରକ୍ଷାସୂତ୍ର ବନ୍ଧାଯାଇଥାଏ। ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ଭଲି ଅନେକ ରୋଗ ନିୟନ୍ତ୍ରଣକୁ ଆସିଯାଏ।
ଆଗକୁ ଆସୁଛି ଦୋଳ ପୂର୍ଣ୍ଣମୀ । ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ 'ଦୋଳ ପୂର୍ଣ୍ଣମୀ' ପଡିଥାଏ । ଏହା ହିନ୍ଦୁ ଧର୍ମର ଗୋଟିଏ ବଡ଼ ପର୍ବ, ଯାହାକୁ ସାରା ଭାରତ ବର୍ଷରେ ପାଳନ କରାଯାଇ ଥାଏ । ତେବେ ଏହିଦିନରେ ପୁରାଣ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି ।
ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ । ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ । ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । ଏହି ଅବସରରେ ଆମେରିକାରେ ବାସ କରୁଥିବା ଆମେରିକୀୟମାନେ ଏକ ସମବେତ କଣ୍ଠ ସଂଗୀତ ପ୍ରସ୍ତୁତ କରିଛନ୍ତି ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ ।
ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି । ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା ସାଜିଛନ୍ତି ଯାଜପୁର କୁମାରୀ ଗାଁର ଦିବ୍ୟାଙ୍ଗ ବାସନ୍ତୀ ରଣା।