• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୨୩ ଦିନରେ ପହଞ୍ଚିଲା ରଥ ନିର୍ମାଣ କାମ । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି । ପ୍ରତ୍ୟେକ ରଥ ପାଇଁ ୧୨ ଗୋଟି ଭୂଇଁଚଉତାର ଆବଶ୍ୟକ ଥିବା ବେଳେ ତିନି ରଥର ୮ଟି ଲେଖାଏଁ ଭୂଇଁଚଉତା ନିର୍ମାଣ ଶେଷ ହୋଇଛି । ଏହା ବ୍ୟତୀତ ପ୍ରତ୍ୟେକ ରଥର ୪ଟି ଲେଖାଏ ମୁହାଁଟ ଓ ନିରାଡ଼ି କାମ ସରିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତୁମ୍ବ ପାଇଁ ବଳା, ଦଣ୍ଡା ପାଇଁ ଘଡ଼ି ମୁହଁ କଣ୍ଟା ତିଆରି ଚାଲିଛି ।

ତେବେ ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଗତକାଲି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ । ଏଥିସହ ଜଳବିଜେ ଓ ଛେରାପହଁରା ନୀତି ବେଳେ ଠାକୁରମାନଙ୍କ ଆଗରେ ଅଯଥା ଭିଡ଼ ନକରିବାକୁ ସେବାୟତମାନଙ୍କୁ କୁହାଯାଇଛି ।

ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବ୍‌କମିଟି ମିଟିଂ ପରେ ଛତିଶା ନିଯୋଗ ବୈଠକ ବସିଥିଲା । ନିର୍ଘଣ୍ଟ ନୀତିକାନ୍ତି ଅନୁସାରେ-ଜୁନ୍ ୧୪ ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇ ଡୋର ଲାଗି ଓ ପୁଷ୍ପାଞ୍ଜଳି ସରିବା ପରେ ଭୋର ୪ଟାରୁ ଆରମ୍ଭ ହେବ ସ୍ନାନ ପହଣ୍ଡି ।