ଆପଣ ତ ମହାରାଷ୍ଟ୍ରର ସିନ୍ଧୁତାଇ ସଫକାଲଙ୍କ ନାଁ ଶୁଇଥିଲେ। ପରିସ୍ଥିତି ହେତୁ ସେ ନିଜ ସନ୍ତାନକୁ ବଞ୍ଚାଇ ପାରି ନଥିଲେ, କିନ୍ତୁ ଏପରି ଏକ ସମୟ ଆସିଲା ଯେତେବେଳେ ସେ ରାସ୍ତା କଡ଼, ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ୍ରେ ଦେଖୁଥିବା ପ୍ରତ୍ୟେକ ପିଲାଙ୍କୁ ମା'ର ପ୍ରେମ ଦେଇଥିଲେ। ସେ ୧୪୦୦ ପିଲାଙ୍କୁ ଆଦରି ନେଇ ସେମାନଙ୍କୁ ବଞ୍ଚାଇବା ପାଇଁ ଭିକ ମଧ୍ୟ ମାଗିବାକୁ ପଛାନ୍ତି ନାହିଁ ସେ।
ଏହି ମାତୃ ଦିବସ ଅବସରରେ, ଆମେ ଏପରି ଜଣେ ମା’ଙ୍କ ବିଷୟରେ କହୁଛୁ, ଯିଏ ମଣିଷର ମନୋରମ ଜୀବନ ଏବଂ ପରିବେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବୃକ୍ଷ ଓ ଉଦ୍ଭିଦ ପାଇଁ ଉତ୍ସର୍ଗ କରିଥିଲେ ଏବଂ ମଦର ଅଫ୍ ଟ୍ରି ଭାବରେ ପ୍ରସିଦ୍ଧ ହୋଇଥିଲେ। ସେ ହେଲେ ୧୧୦ ବର୍ଷର ମଦର ଅଫ୍ ଟ୍ରି ସାଲୁମାରଦା ଥିମମକ୍କା।
କିଏ ଏହି ସାଲୁମାରଦା ଥିମମକ୍କା:
ସାଲୁମାରଦା ଥିମମକ୍କା କର୍ଣ୍ଣାଟକରେ ରହୁଥିବା ଜଣେ ବୃଦ୍ଧ ମହିଳା। ତାଙ୍କ ଘର ରାମନଗର ଜିଲ୍ଲାରେ। ଖବର ଅନୁଯାୟୀ, ସାଲୁମାରଦାଙ୍କ ଜନ୍ମ ୧୯୧୦-୧୯୧୨ ମଧ୍ୟରେ ହେବ ବୋଲି କୁହାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତାଙ୍କ ବୟସ ପ୍ରାୟ ୧୧୦ ବର୍ଷ। ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ପୂରା ଜୀବନ ଗଛ ଏବଂ ଉଦ୍ଭିଦଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା। ଏହି କାରଣରୁ ତାଙ୍କୁ ‘ମଦର ଅଫ୍ ଟ୍ରି’ ବା ଗଛମାନଙ୍କର ମା’ ବୋଲି କୁହାଯାଏ।
କାହିଁକି ମିଲିଲା ‘ମଦର ଅଫ୍ ଟ୍ରି’?
ସାଲୁମାରଦା ତାଙ୍କ ଜୀବନରେ ୮ ହଜାରରୁ ଅଧିକ ଚାରା ରୋପଣ କରିଛନ୍ତି। ତାଙ୍କ ଦ୍ୱାରା ଲଗାଯାଇଥିବା କିଛି ଚାରା ବର୍ତ୍ତମାନ ବିରାଟ ଦ୍ରୁମରେ ପରିଣତ ହୋଇଛି। ଏହି ସବୁ ଗଛର ବୟସ ୭୦ ବର୍ଷରୁ ଅଧିକ ହେବ। କୁହାଯାଏ ଯେ ସାଲୁମାରଦା ତାଙ୍କ ସ୍ୱାମୀଙ୍କ ସହ ଘର ନିକଟରେ ରାଜପଥରେ ହଜାର ହଜାର ଗଛ ଲଗାଇଥିଲେ। ଏହି ଗଛଗୁଡିକର ଯତ୍ନ ନେବା ପାଇଁ ସପ୍ତାହରେ ଦୁଇଥର ସ୍ୱାମୀ-ସ୍ତ୍ରୀ ରାଜପଥରେ ଥିବା କୂଅରୁ ପାଣି ଭର୍ତ୍ତି ଦୁଇଟି ମାଟି ହାଣ୍ଡି ନେଇ ଗଛଗୁଡ଼ିକୁ ଜଳସେଚନ କରନ୍ତି।
କେବଳ ଏତିକି ନୁହେଁ, ରାସ୍ତା ବିସ୍ତାର ପାଇଁ ଗଛ କାଟିବା ପାଇଁ ସରକାରଙ୍କ ଯୋଜନା ବିରୋଧରେ ସେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ସାଲୁମାରଦା ବର୍ଷ ବର୍ଷ ଧରି ନିଜ ପିଲାମାନଙ୍କ ପରି ଗଛ ଏବଂ ଉଦ୍ଭିଦର ଯତ୍ନ ନେଉଛନ୍ତି। ସମସ୍ତ ଗଛର ଯତ୍ନ ନେବା ସହିତ, ସେ ସେହି ଗଛଗୁଡିକୁ ମା’ର ମମତା ଦେଇ ଭଲ ପାଆନ୍ତି। ବେଳେ ବେଳେ ସେ ମଧ୍ୟ ଗଛଗୁଡିକୁ ଆଲିଙ୍ଗନ କରନ୍ତି।
ସାଲୁମାରଦାଙ୍କ ସଫଳତା:
୨୦୧୭ରେ ସଲୁମାରଦାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେତେବେଳେ ତାଙ୍କ ବୟସ ୧୦୭ବର୍ଷ ଥିଲା। ଗଛ ପ୍ରତି ମାତୃ ପ୍ରେମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ବିଶ୍ୱର ସବୁଠାରୁ ବୁଦ୍ଧ ପରିବେଶ କାର୍ଯ୍ୟକର୍ତ୍ତା ଭାବରେ ବିବେଚନା କରାଯାଇପାରେ। ୨୦୨୦ ମସିହାରେ, ସେ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ଏପରି ପରିସ୍ଥିତିରେ, ଯଦି ତାଙ୍କୁ ଗଛମାନର ମା’ କୁହାଯିବନି ତ ଆଉ କ’ଣ!