• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାବିତ୍ରୀ ବ୍ରତ ନାରୀ ମାନଙ୍କର ଏକ ଶ୍ରେଷ୍ଠ ପବିତ୍ର ଓ ପ୍ରିୟ ବ୍ରତ । ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ନିଜ ପତିଙ୍କ ଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟଦର୍ଶୀ ଠାରୁ ୩ ଦିନ ବ୍ୟାପି ଉକ୍ତ ବ୍ରତ ପାଳନ ବିଦ୍ଧି ରହିଛି ।

କାହିଁକି ଏହି ବ୍ରତ ପାଳନ କରାଯାଏ ?

ଏହି ବ୍ରତ ପାଳନ କରିଲେ ନାରୀ ମାନେ ବୈର୍ଦ୍ଧବ ଯନ୍ତ୍ରଣା ଭୋଗନ୍ତି ନାହିଁ ବୋଲି କଥିତ ଅଛି । ପୁରାଣ ମାନଙ୍କରେ ସାବିତ୍ରୀ ବ୍ରତ ୩ ଦିନ ପାଳନ କରିବାର ବିଦ୍ଧି ରହିଥିଲେ ମଧ୍ୟ ଓଡ଼ିଶା ସମେତ ଅନ୍ୟାନ୍ନ ରାଜ୍ୟରେ କେବଳ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ସାବିତ୍ରୀ ବ୍ରତ ନାରୀ ମାନଙ୍କର ଏକାନ୍ତ କର୍ତ୍ତବ୍ୟ । ଯେଉଁ ନାରୀ ମାନେ ଶୁଦ୍ଧି ମତରେ ବ୍ରତ କରନ୍ତି । ସେମାନଙ୍କର ସର୍ବ ଶୁଭ ହୋଇ ମନବାଛା ମନର ଇଛା ପୂର୍ଣ୍ଣ ହୋଇଥାଏ ।

ଓଡିଶାରେ ଯେଉଁ କେତେଟି ବ୍ରତ ନିଷ୍ଠାର ସହ ପାଳନ କରାଯାଇଥାଏ । ତନ୍ନୋଧ୍ୟରୁ ସାବିତ୍ରୀ ବ୍ରତ ହେଉଛି ପ୍ରଧାନ । ବିବାହିତା ନାରୀ ମାନେ କେବଳ ଏହାକୁ ପାଳନ କରିଥାନ୍ତି । ଏହି ଦିନ ନାରୀ ମାନେ ନୂଆ ଲୁଗା ପିନ୍ଧି ସେଓ, କଦଳୀ, କାକୁଡି,ନଡିଆ ପ୍ରଭୃତି ୨୧ ଟି ଫଳ ପୂଜା କରନ୍ତି ।

ସାବିତ୍ରୀ ପଛର କାହାଣୀ :-

କଥିତ ଅଛି ଋାଜା ଅଶ୍ୱପତୀଙ୍କର ସୁକନ୍ୟା ତଥା ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା , ପବିତ୍ରତା , ଧର୍ମ ଆଗରେ ସ୍ୱୟଂ ଯମରାଜା ପରାସ୍ତ ହୋଇଥିଲେ । ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ତେଣୁ ଏହି ଦିନକୁ ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ନାମରେ ନାମିତ କରାଯିବା ସହ ବ୍ରତ ପାଳନ କରାଯାଇଥାଏ ।