/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653188193.jpg)
Bhaunri Yatra Of Srimandir Deities Begins In Puri
ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଭଉଁରୀ ଯାତ୍ରା । ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ରଥଖଳାରେ ଅନୁଷ୍ଠିତ ହେବ ଅଖଚକ ଡେରା ନୀତି ଏନେଇ ଚଳଚଞ୍ଚଳ ହୋଇଛି ରଥଖଳା । ବାହାର ଚନ୍ଦନଯାତ୍ରାର ଶେଷ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌକାବିହାର କରିବେ ।
ଗତକାଲି ବିରାଟ ଶୋଭାଯାତ୍ରାରେ ନରେନ୍ଦ୍ର ବିଜେ କରିଥିଲେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ । ବଡଦାଣ୍ଡରରେ ଭଗବାନଙ୍କ ଦର୍ଶନ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।
ସେହିପରି ରଥଯାତ୍ରା ପାଇଁ ପୁରୀ ରଥଦଉଡ଼ି ପହଞ୍ଚିଛି । ଓଡିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୨ଗୋଟି ରଥଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ରଥ ଦଉଡ଼ିର ଲମ୍ବା ୨୨୦ ଫୁଟ ଥିବା ବେଳେ, ଗୋଲେଇ ୮ ଇଞ୍ଚ ରହିଛି ।
ପ୍ରତିବର୍ଷ ୧୨ଟି ରଥଟଣା ଦଉଡି ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଥାଏ ।ଏହା ବ୍ୟତୀତ ଆଉଟର ଓ ଇନର କର୍ଡନ ପାଇଁ ସ୍ୱତନ୍ତ୍ର ଦଉଡ଼ି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୀରପ୍ରତାପପୁର ଠାରେ ଥିବା କତାନିଗମ ଠାରେ ସମସ୍ତ ଦଉଡ଼ି ପ୍ରସ୍ତୁତ କରାଯାଇଛି । ଏହାସହ ପୁରୀ ସମେତ ଚଳିତ ବର୍ଷ ଚନ୍ଦନପୁରୁ ନିଗମ କାର୍ଯ୍ୟାଳୟରେ ବାଲେଶ୍ୱର, ନୀଳଗିରି, କେନ୍ଦ୍ରାପଡ଼ା, ବାରିପଦା ରଥଯାତ୍ରା ପାଇଁ ମଧ୍ୟ କତା ନିଗମ ରଥ ଦଉଡି ପ୍ରସ୍ତୁତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)