• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି ।

ପୌରାଣିକ ମତରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଯାଇଥିଲେ । ଏହା କେବଳ ପତ୍ନୀ ସାବିତ୍ରୀଙ୍କ ପାଇଁ ସମ୍ଭବ ହୋଇଥିଲା । ଆଜିର ଦିନରେ ନିଜ ସ୍ବାମୀଙ୍କ ଜୀବନ ଯମରାଜଙ୍କ ଠାରୁ ବି ବଞ୍ଚାଇବାରେ ସକ୍ଷମ ହୋଇଥିଲେ ମହା ସତୀ ସାବିତ୍ରୀ । ସେହି ଦିନ ଠାରୁ ସ୍ବାମୀଙ୍କ ପରମାୟୁ ପାଇଁ ପତ୍ନୀ ମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି ।

ଆଜି ଏଭଳି ପବିତ୍ର ଦିନରେ ଘରେ ଘରେ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ମନ୍ଦିର ଯାଇ ମହିଳା ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଆଉ ପୂଜା ପାଇଁ ମହିଳା ୨୧ ପ୍ରକାରର ବିଭିନ୍ନ ଫଳ ସହ ଭୋଗ ସାମଗ୍ରୀ କିଣି ଆଣି ମଧ୍ୟ ରଖିଛନ୍ତି ।