• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ

 ପୁରୀ: ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯାଇଛି । ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଥିଲା । ପ୍ରଥମେ ଭୋଇ ସେବକ ମାନେ ୧୨ ଫୁଟିଆ ଧଉରା କାଠ ଯୋଗାଇଥିଲେ । ପରେ ବିଶ୍ୱକର୍ମା ମହାରଣା କାଠ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ ।

ରୂପକାର ମାନେ ତିନି ରଥ ପାଇଁ ପୂଜାର୍ଚ୍ଚନା କରିବା ପରେ ରଥର ସୁରକ୍ଷା କବଚ ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି । ସେହିପରି ତିନି ରଥର ଚକ ନିର୍ମାଣ ପାଇଁ ୪୨ ଟି ତୁମ୍ବରେ ବିନ୍ଧ ଖୋଦେଇ ଶେଷ ହୋଇଛି । ସେପଟେ ମହାରଣା ମାନେ କାଠ ଚଉପଟ କରି ରୂପକାର ମାନଙ୍କୁ ଯୋଗାଇଛନ୍ତି । ବର୍ଷେ ହେବ ପୋତି ହୋଇରହିଥିବା ଯନ୍ତା ଗାଡ଼କୁ ଖୋଳାଯାଇଛି । ଆଜିଠାରୁ ଆରମ୍ଭ ହେବ ସିଙ୍ଗଡ଼ା ବାଡିଆ କାମ ।

ସେପଟେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୁରକ୍ଷା ପାଇଁ ଆଉ୨୩୬ ସିସିଟିଭି କ୍ୟାମେରା ଲାଗାଯିବ । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲାଗିବା ପାଇଁ ଟେଣ୍ଡର ଆହ୍ୱାନ ପରେ ଖୁବ ଶୀଘ୍ର କାମ ଆରମ୍ଭ ହୋଇ ରଥଯାତ୍ରା ପୂର୍ବରୁ ସରିବ ନେଇ ଶ୍ରୀ ମନ୍ଦିର ପ୍ରଶାଶନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯିବ। ସେ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି ।