Advertisment

ଜାଣିଛନ୍ତି କି ଦେବଦଳନ ରଥର ଘୋଡ଼ାମାନଙ୍କ ନାମ; ଜାଣିବା ପାଇଁ ପଢ଼ନ୍ତୁ...

ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥ ଓ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ବେଳେ ମା ସୁଭଦ୍ରା ଦେବଦଳନ ରଥରେ ବିରାଜମାନ କରନ୍ତି। ଆସନ୍ତୁ ଜାଣିବା ଦେବଦଳନର କିଛି ଅଜଣା କଥା।

author-image
Pramod Behera
ଅଦ୍ୟତନ ହୋଇଛି
The unknown fact of Devadalana Ratha

The unknown fact of Devadalana Ratha

ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହିଛି। ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମା ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ। ଦେବଦଳନ ରଥକୁ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ମଧ୍ୟ କୁହାଯାଏ। ମା ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଏହି ରଥରେ ବିଜେ କରିଥାନ୍ତି।

Advertisment

ଦେବଦଳନ ରଥର ଅନ୍ୟାନ୍ୟ ରୋଚକ କଥା :

  • ମୋଟ ବ୍ୟବହାର କାଠ : ୭୧୧
  • ମୋଟ ଚକ ସଂଖ୍ୟା : ୧୨
  • ପ୍ରତି ଚକର ବ୍ୟାସ : ୬'
  • ରଥର ଉଚ୍ଚତା : ୪୪'୦୬"
  • ରଥର ଦୈର୍ଘ୍ୟ ଓ ପ୍ରସ୍ଥ : ୩୧'୬" x ୩୧'୬"
  • ରଥ ରକ୍ଷକ : ଜୟଦୁର୍ଗା
  • ଦ୍ୱାରପାଳ : ଗଙ୍ଗା ଓ ଯମୁନା
  • ସାରଥୀ : ଅର୍ଜୁନ
  • ରଥର ଅସ୍ତ୍ର : ପଦ୍ମ ଓ କଲ୍‌ହାର
  • ରଥର ଘୋଡ଼ା ସଂଖ୍ୟା :
  • ଘୋଡ଼ାମାନଙ୍କ ନାମ : ରୋଚିକା, ମୋଚିକା, ଜିତା, ଅପରାଜିତା
  • ଘୋଡ଼ାର ରଙ୍ଗ : ନାଲି
  • ରଥ ଦଉଡି : ସ୍ୱର୍ଣ୍ଣଚୂଡ଼
  • ରଥର ଶକ୍ତି : ଭୁବନେଶ୍ୱରୀ ଓ ଚକ୍ରା
  • ରଥ କପଡାର ରଙ୍ଗ : ନାଲି ଓ କଳା
  • ଧ୍ୱଜ ମୂର୍ତ୍ତି : ଜୟଦୁର୍ଗା
  • ପତାକା ନାମ : ନାଦମ୍ବିକା
  • ପାର୍ଶ୍ୱ ଦେବଦେବୀ : ବିମଳା, ବନଦୁର୍ଗା, ବାରହି, ଚାମୁଣ୍ଡା, ଭୁବନେଶ୍ୱରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବମଙ୍ଗଳା, ଉଗ୍ରତାରା
  • ୠଷି ସମୂହ : ଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗି, ଧୃବ ଓ ଉଲ୍ଲୁକ

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ। ଦେବଦଳନ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ଦେବଦଳନ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

Advertisment
Ratha Jatra Ratha Yatra
Advertisment
Advertisment