• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Darshan Underway In Smooth Manner In Puri Srimandir
କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ।

Biden Says US On Pace To Pull Out Army From Afghanistan
ଅଗଷ୍ଟ ୩୧ ସୁଦ୍ଧା ସରିବ ସୈନ୍ୟ ପ୍ରତ୍ୟାହାର

ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ଆମେରିକା ସରକାର । ଖୁବ ଶୀଘ୍ର ସମାପ୍ତ ହେବ ପ୍ରତ୍ୟାହାର ପ୍ରକ୍ରିୟା ସୂଚନା ଦେଲେ ବାଇଡେନ୍ ।

ATM Loot Bid Foiled In Bhubaneswar, 2 Arrested
ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ

ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ । ବଢ଼େଇବାଙ୍କ ଛକରେ ଏକ ATMକୁ ହ୍ୟାକ୍ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡିଲେ ।

OPSC Aspirant Alleges Irregularities In Evaluation Process
OPSC ପରିକ୍ଷାକୁ ନେଇ ବିବାଦ

ଓଡିଶାରେ ଷ୍ଟାଫ ସିଲେକ୍ସନ ବୋର୍ଡ୍ ପରୀକ୍ଷା ପରେ ଏବେ ବିବାଦ ଘେରରେ OPSC ପରୀକ୍ଷା। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ହେବାକୁ ଥିବା ଓପିଏସସି ପରୀକ୍ଷାର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ତ୍ରୁଟିପୂର୍ଣ୍ଣ ମୁଲ୍ୟାୟନ ହେଉଥିବାର ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏକା ସମୟରେ UPSC ଏବଂ OPSC ପରୀକ୍ଷାକୁ ନେଇ ତେଜିଲା ବିବାଦ।

Covid May Be Entering Endemicity In India Bar WHO Chief Scientist
ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା

ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା: ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ

GanjamBar Villagers Demand Quick Construction Of Bridge
ସେତୁ ନିର୍ମାଣ ନେଇ ଦାବି ଜୋର ଧରିଛି

ଗଞ୍ଜାମ ଧରାକୋଟ ବ୍ଲକ ମୁଣ୍ତମରାଇ ଠାରେ ପ୍ରସ୍ତାବିତ ସେତୁ ଶୀଘ୍ର ନିର୍ମାଣ ପାଇଁ ଦାବି ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ। ଅତ୍ୟାବଶ୍ୟକ ସେବା ପଇପାରୁ ନାହାନ୍ତି ଗ୍ରାମବାସୀ।

Odisha Logs 67 More COVID-19 Fatalities
ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮

Drought Threat Raises Concerns For Farmers In Odisha After Huge Rainfall Deficit
ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ହନ୍ତସନ୍ତ । ବର୍ଷା ନଥିବାରୁ ସମୁଦ୍ରରେ ମାଛ ବି ମିଳୁନାହାନ୍ତି ।

48 Mining Lease Tenders Cancelled In Odisha's Malkangiri
ମାଲକାନଗିରିରେ ସମସ୍ତ ୪୮ ଟି ଲଘୁ ଖଣି ଲିଜ୍‌ ଟେଣ୍ଡର ବାତିଲ୍‌

ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି ।

Bhadrak CDPO’s Advisor Under Vigilance Scanner
ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍‌ ।

Religious Institutions Reopen In Balasore
କରୋନା କଟକଣା ମଧ୍ୟରେ ନୀଳଗିରିରେ ଆଜିଠୁ ଖୋଲିଛି ବିଭିନ୍ନ ମନ୍ଦିର

ଆଜିଠୁ ଖୋଲିଛି ନୀଳଗିରିରେ ବିଭିନ୍ନ ମନ୍ଦିର । ଏନେଇ ଜିଲ୍ଲା ପ୍ରସାଶନ ପୂର୍ବରୁ ଅନୁମତି ଦେଇ ଥିଲା । ଗାଇଡ ଲାଇନ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ । କରୋନାର ଦ୍ବିତୀୟ ଲହରଠାରୁ ବନ୍ଦ ଥିଲା ସମସ୍ତ ମନ୍ଦିର । ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ସାନିଟାଇଜ କରାଯାଇଛି । 

Tarang TV To Air New Serial 'Srimandir' From Aug 30
ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍।

ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍। ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ଧାରାବାହିକର ଶୀର୍ଷକ ଗୀତ। ଗୀତରେ କଣ୍ଠଦାନ କରିଛନ୍ତି ୧୫ ଜଣ କଣ୍ଠଶିଳ୍ପୀ।

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

11 AM Headlines 24 August 2021
ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ । ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮। ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ। ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ।

10 AM Headlines 24 August 2021 | Odisha TV
ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ ।

Delhi Witnesses Huge Traffic Jam Due To Incessant Rainfall
ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ

ଦିଲ୍ଲୀ କାରଣରୁ ଜଳବନ୍ଦୀ ରାସ୍ତାଘାଟ । ରାଜଧାନୀରେ ଉପୁଜୁଛି ଟ୍ରାଫିକ ସମସ୍ୟା । ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଡ୍ରେନେଜ ବ୍ୟବସ୍ଥା ନଥିବାର କହୁଛନ୍ତି ସାଧାରଣ ଜନତା ।

Tokyo Paralympics
ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରାଅଲିମ୍ପିକ୍ସ

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ । ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର ଉଦଘାଟନ ଉତ୍ସବରେ ତ୍ରିରଙ୍ଗା ଧରିବେ ।

Odia CISF Officer In Trouble
ସଲମାନଙ୍କୁ ଅଟକାଇଥିବା ଓଡ଼ିଆ CISF ଅଫିସରଙ୍କ ବଢିଲା ଅଡ଼ୁଆ

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି।

Nagada Village
ପୁଣି ଚର୍ଚ୍ଚାରେ ନଗଡା,ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ। ଡିଏମଏଫ ଫଣ୍ଡର ଦୂରୁପଯୋଗ କରାଯାଇ ରାସ୍ତା, ଡ୍ରେନ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ନାଁରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ପାହାଡି ଇଲାକାରେ ଏହିସବୁ କାମର ତଦାରଖ କରିବାକୁ କେହି ନ ଥିବାରୁ ହରିଲୁଟର ସୁରାକ ମଧ୍ୟ କେହି ପାଇପାରୁନାହାନ୍ତି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

heavy rain in odisha today
ଆଜି ବର୍ଷା ସମ୍ଭାବନା,କାଲିଠୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛିାଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସଙ୍କ କହିବାନୁଯାୟୀ, ଆସନ୍ତା ୨୫,୨୬, ୨୭ କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ମାରିବାର ସମ୍ଭାବନା ରହିଛି। ଏହାବାଦ କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

nagada scam
ନଗଡ଼ା- ବିକାଶ ଆଢୁଆଳରେ ଚାଲିଛି ବଡ଼ ଧରଣର ଦୁର୍ନୀତି

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।  

Centre Calls All Party Meet On Afghanistan Crisis
ଆଫଗାନ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି।

curry leaves
ରକ୍ତଚାପ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା।

PARI MURDER CASE
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ। ହାଇକୋର୍ଟରେ ଆବେଦନ କରିବାକୁ ପରୀର ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ପରି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀର ମାଆ। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା।

Vigilance Conducts Raid
ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ,୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ

ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି ।