• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

  • ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇନଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା ।

  • ଖାଲି ପେଟରେ ଭୃସଙ୍ଗ ପତ୍ର ରସ ପିଇଲେ, ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଭୃସଙ୍ଗ ପତ୍ର ଖାଇବା ଦ୍ୱାରା କେଶ ସମସ୍ୟା ମଧ୍ୟ କମିଥାଏ ।
  • ମଧୁମେହ ରୋଗୀମାନଙ୍କ ପାଇଁ ଭୃସଙ୍ଗ ପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବିକୁ ଶୀଘ୍ର କମାଇଥାଏ ।
  • ଭୃସଙ୍ଗ ପତ୍ର ଖାଇବା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ, ଗ୍ୟାସ୍ ଏବଂ ଅଦୃଶ୍ୟତାର କୌଣସି ସମସ୍ୟା ହୋଇନଥାଏ ଏହା ଅନ୍ତନଳୀ ଏବଂ ପେଟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।
  • ଭୃସଙ୍ଗ ପତ୍ରକୁ ଭଲଭାବରେ ଧୋଇ ଏହାକୁ ପାଣିରେ ଫୁଟାନ୍ତୁ ଓ ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ପ୍ରତିଦିନ ଏହି ରସ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୋଇଥାଏ ।
  • ଚର୍ବି ହ୍ରାସ କରିବାରେ ପ୍ରଭାବଶାଳୀ ହୋଇଥାଏ ଭୃସଙ୍ଗ ପତ୍ର । ଭୃସଙ୍ଗ ପତ୍ରରେ ଆଲକାଲଏଡ୍ ରହିଥାଏ, ଯାହା ମୋଟାପଣ ଏବଂ ଲିପିଡକୁ ହ୍ରାସ କରିଥାଏ ।
  • ଭୃସଙ୍ଗ ପତ୍ର ଦ୍ୱାରା କୋଲେଷ୍ଟ୍ରଲ୍ ଏବଂ ଟ୍ରାଇଗ୍ଲେସିରାଇଡ୍ ସ୍ତର ମଧ୍ୟ କମିଥାଏ । ଓଜନ ହ୍ରାସ କରିବା ସହିତ ଏହା ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
  • ଶରୀରକୁ ଡିଟକ୍ସ କରେ ଭୃସଙ୍ଗ ପତ୍ର । ପ୍ରତିଦିନ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀର ସ୍ୱଭାବିକ ଭାବରେ ଡିଟକ୍ସ ହୋଇଥାଏ । ଭୃସଙ୍ଗ ପତ୍ର ଶରୀରକୁ ସଫା କରିଥାଏ ଏବଂ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହା ମେଟାବୋଲିଜିମକୁ ମଧ୍ୟ ମଜବୁତ କରିଥାଏ ।