Advertisment

ନଗଡ଼ା- ବିକାଶ ଆଢୁଆଳରେ ଚାଲିଛି ବଡ଼ ଧରଣର ଦୁର୍ନୀତି

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।

author-image
Minati Mishra
ଅଦ୍ୟତନ ହୋଇଛି
nagada scam

nagada scam

ଯାଜପୁର: ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।   ଡିଏମଏଫ ଫଣ୍ଡର ଦୂରୁପଯୋଗ କରାଯାଇ ରାସ୍ତା, ଡ୍ରେନ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ନାଁରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ପାହାଡି ଇଲାକାରେ ଏହିସବୁ କାମର ତଦାରଖ କରିବାକୁ କେହି ନ ଥିବାରୁ ହରିଲୁଟର ସୁରାକ ମଧ୍ୟ କେହି ପାଇପାରୁନାହାନ୍ତି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

Advertisment

 ଦିନେ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଥିଲା ଯାଜପୁର ଜିଲ୍ଲାର ନଗଡା । ଗଣମାଧ୍ୟମରେ ନଗଡ଼ାର ଦୟନୀୟ ଦୃଶ୍ୟ ପ୍ରକାଶ ପାଇବା ପରେ ସଚେତନ ହୋଇଥିଲା ପ୍ରଶାସନ।  ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇ ରାସ୍ତା, ଡ୍ରେନ, ସ୍କୁଲ, ମେଡ଼ିକାଲ, ବିଦ୍ୟୁତ ଆଦିର ବ୍ୟବସ୍ଥା ହୋଇଥିଲା। ହେଲେ ନଗଡ଼ାବାସୀଙ୍କର ଉନ୍ନତି ହେଲାନି। ଯେଉଁ ଦାରିଦ୍ର୍ୟ, ଅଭାବ ଭିତରେ ବଞ୍ଚିଥିଲେ ଆଜି ବି ସେମିତି। ଟେଣ୍ଡର ନାଁରେ କାମ ବାବଦକୁ ଏଠି ଲକ୍ଷଲକ୍ଷ ଟଙ୍କାର ସ୍କାମ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି ସେହି ସମାନ ରାସ୍ତାକୁ ଆଉ ଥରେ ତିଆରି କରାଯାଉଥିବା ଅଭିଯୋଗ ହୋଇଛି। ନଗଡା ପାଦଦେଶ ଅଶୋକଝରଠାରୁ ତଳନଗଡା ପର୍ଯ୍ୟନ୍ତ ରାସ୍ତାକୁ ଗୁପ୍ତ ଟେଣ୍ଡର କରି ପାଖାପାଖି ୪୫ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଖାଲି ଏତିକି ନୁହେଁ, ଏହି ସବୁ କାମ ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

କେବଳ କାମରେ ଅନିୟମିତତା ଓ ଟଙ୍କା ହଡ଼ପ ଅଭିଯୋଗ ନୁହେଁ, ବରଂ ନଗଡା ବାସିନ୍ଦାଙ୍କୁ ରାସ୍ତା କାମରେ ନିୟୋଜିତ ନକରି ବାହାରୁ ଶ୍ରମିକ ଆଣି କାମ କରାଯାଉଥିବା ଅଭିଯୋଗ ହୋଇଛି।  ପ୍ରଶାସନ ପକ୍ଷରୁ ନଗଡାବାସୀଙ୍କୁ ଦୈନିକ କାମ ଯୋଗାଇଦେବା ପ୍ରତିଶ୍ରୁତି କେବଳ କାଗଜ କଲମରେ ସୀମିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଆର ଆଣ୍ଡ ବି ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କଠାରୁ ତଦନ୍ତ କରି କୈଫିୟତ ମଗାଯାଇଛି।

Advertisment

ବିକାଶ ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାଯର୍ୟାନୁଷ୍ଠାନ ଦାବି କରିଛନ୍ତି ଅଂଚଳବାସିନ୍ଦା।

Nagada Development Works Reviewed Nagada
Advertisment
Advertisment