ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା
୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ ।
ଭୋଜି ଭାତ ପରେ ବଡ଼ ଟପ୍ ଓ ବାଲ୍ଟି, ଡଙ୍କି, ଚାପା, ଡାବୁ, ଆଦି ରୋଷେଇରେ ବ୍ୟବହୃତ ଉପକରଣକୁ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ସଫା କରୁଥିବା ଦେଖିବାକୁ ମିଳିଥିଲା ।
ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।
ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।
ବରାଗଡ ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲାଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ । ଉତ୍ତରା ଶାସନ ପ୍ରାଥମିକ ବିଦ୍ୟାଳୟରେ ୯୮ ପିଲାଙ୍କ ପାଇଁ ୯ଜଣ ଶିକ୍ଷକ ।
ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି ।
ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।
ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।
ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ଏହି ନମୁନା ପ୍ରଶ୍ନପତ୍ର ବା ସାମ୍ପଲ ପ୍ରଶ୍ନପତ୍ର ସହାୟକ ହେବ ।
ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଡିଗ୍ରୀ କଲେଜ ଓ ୟୁନିଭରସିଟିରେ ଦିଆଯିବ ସିଭିଲ ସର୍ଭିସ୍ କୋଚିଂ । ଶିକ୍ଷାନୁଷ୍ଠାନର ନିଜସ୍ୱ ଅର୍ଥରେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ଆହୁରି ସ୍ୱଚ୍ଛ ହେବ ପ୍ଲସ ଟୁ ପରୀକ୍ଷା । ସିଏଚଏସଇ ଆପଣାଇବ ନୂଆ ପଦକ୍ଷେପ । ଲାଇଭ୍ ଷ୍ଟ୍ରିମିଂ ହେବ ଏକଜାମ୍ ହଲ୍ର ଟିକନିଖ୍ ଦୃଶ୍ୟ ।
ଏଠି ୧୦ଟି ଶ୍ରେଣୀର ପିଲା ପଢ଼ୁଛନ୍ତି, ହେଲେ ସେମାନଙ୍କ ପାଇଁ ଆଛି ମାତ୍ର ୨ଟି ଶ୍ରେଣୀ ଗୃହ। ପରିସ୍ଥିତି ଏମିତି ହୋଇଛିଯେ, ଅଫିସ୍ ଘରେ ବି ଚାଲିଛି ପାଠପଢ଼ା।
ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର ।
ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।
ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।
NAAC ରାଙ୍କ୍ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ।
ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି ।
୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।
ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ ।
କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ୍ .....ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ .. ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ସୂଚନା
AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।