/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706095199.jpg)
Satyabadi Odia University
ପୁରୀ ଜିଲ୍ଲା ସତ୍ୟବାଦୀରେ ଲୋକାର୍ପିତ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟରେ ୧୮୦ ଜଣ ବିଦ୍ୟାର୍ଥୀଙ୍କ ପାଇଁ ଏକ ପ୍ରଶାସନିକ କୋଠା ସହିତ କ୍ଲାସରୁମ୍, ଦୁଇଟି ଛାତ୍ରାବାସ ଏବଂ ଭୋଜନାଳୟ ନିର୍ମାଣ କରାଯାଇଛି।
ଆଜି ଲୋକାର୍ପଣ କରିବା ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସଂସ୍କୃତି ଓ ପରମ୍ପରାକୁ ଭିତ୍ତି କରି ଭଲ ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ଏହା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ କର୍ମଭୂମି ବୋଲି କହିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ତାଙ୍କର ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ନିର୍ବାଚନ ପାଇଁ ରାଜ୍ୟ ସରକାର ତରବରିଆ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦଘାଟନ କରିଥିବା ବିଜେପି ଅଭିଯୋଗ କରିଛି। ଯାହାର ଜବାବ ରଖିଛି ବିଜେଡି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)