ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା।
କୋଟି କୋଟି ଟଙ୍କା ନେଇ ପାର୍ ହେଉଛନ୍ତି ଘରୋଇ କୋଚିଂ ସଂସ୍ଥା..ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଉନାହାଁନ୍ତି ଓଡିଆ ପିଲା... ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ..
୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?
ଦୀର୍ଘ ୩ ବର୍ଷ ହେଲାଣି, ନଈ କୂଳ ଆମ୍ବ ଗଛ ମୂଳେ ପାଠ ପଢୁଛନ୍ତି ଷଷ୍ଠ ଶ୍ରେଣୀ ପିଲା।
ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଛାତ୍ର । ‘ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇବି...’
ସବୁ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ଅଣାଯିବାକୁ ଯୋଜନା ହେଉଛି । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।
ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।
ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ ।
ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ।
କଲେଜ ପିଲା ଶୁଣିବେ 'ହକି'ର ଗାଥା…ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ…ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।
ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ।
ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇଲା କୋଶ୍ଚିନ୍ ବ୍ୟାଙ୍କ୍ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ । ଏହାଫଳରେ ପିଲାଏ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ । ଅପରପକ୍ଷେ ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟରୁ ପାଇବେ ସେନେଇ ଏବେଠୁ ଆଶଙ୍କା ପ୍ରକାଶ କଲେଣି ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।
ବର୍ଷ ବର୍ଷ ଧରି ସରୁନି କୋଠା ତିଆରି କାମ । ହୀନସ୍ତା ଛାତ୍ରଛାତ୍ରୀ, ତାତିଲେ ଅଭିଭାବକ ।
ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ ।
ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।
ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।
କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି।
ଜାଣନ୍ତୁ କିପରି ଥିଲା UPSC କ୍ରାକ୍ କରିବାର ଷ୍ଟ୍ରାଟେଜୀ ।
ଏଇଟା ସ୍କୁଲ ତ ! ଗୋଟିଏ ଗୃହରେ ଚାରି ଚାରୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏକା ସାଙ୍ଗରେ ପିଲାଙ୍କୁ ପଢାଯାଉଥିବାରୁ କେହି କିଛି ବୁଝୁନଥିବା ଅଭିଯୋଗ । ଚେଇଁ ଶୋଇଛି ପ୍ରଶାସନ, ମୁର୍ଖ ହେବେ ପିଲା...
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ..
ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।