Advertisment

ପରୀକ୍ଷା ବେଳେ ଚାପରେ ରହୁଛନ୍ତି କି ? ଜାରି ହେଲା ଟୋଲ ଫ୍ରି ନମ୍ବର ୧୪୪୧୬

ଟେଲିମାନସ ୧୪୪୧୬କୁ ସ୍କୁଲ ସ୍ତରରେ ବିତରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

author-image
Manoranjan Behera
Exam Stress

Exam Stress

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଚାପ ମୁକ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରୟାସ। ଏନେଇ ଜାରି ହେଲା ଟୋଲ ଫ୍ରି ନମ୍ବର ୧୪୪୧୬। ପରୀକ୍ଷା ପୂର୍ବରୁ ଚାପରେ ଥିବା ଛାତ୍ରଛାତ୍ରୀ ମାନେ ଟେଲିମାନସ କାଉନସେଲରଙ୍କ ସହ କଥା ହୋଇ ସେମାନଙ୍କ ପରାମର୍ଶ ନେଇପାରିବେ।

Advertisment

ଟେଲିମାନସ ୧୪୪୧୬କୁ ସ୍କୁଲ ସ୍ତରରେ ବିତରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ 
ମାଟ୍ରିକ ବୋର୍ଡ ପରୀକ୍ଷା ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ରହି ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ।

ପରୀକ୍ଷା ବେଳେ କେମିତି ଚାପ ମୁକ୍ତ ହେବେ ଛାତ୍ରଛାତ୍ରୀ ? ଶିକ୍ଷକ ଓ ଅଭିଭାବକ ଏଥିପ୍ରତି କିପରି ଯତ୍ନବାନ ହେବେ? ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସଂଶୟ ଦୂର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ପରେ ଦେଶବ୍ୟାପୀ ପରୀକ୍ଷାର୍ଥୀଙ୍କ ମନରେ ଭରିଛି ଉତ୍ସାହ ଓ ଆତ୍ମବିଶ୍ୱାସ।

Advertisment

ବୋର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର। ମୋବାଇଲରେ ରିଲ୍ସ ଦେଖି ଖରାପ କରନି ନିଦ। ଘରେ ତିଆରି କରଯାଉ 'ନୋ ଗ୍ୟାଜେଟ୍ ଜୋନ୍'। ପରିବାରର ସମସ୍ତେ ଜାଣନ୍ତୁ ମୋବାଇଲର ପାସୱାର୍ଡ। କେବଳ ପରୀକ୍ଷାର୍ଥୀ ନୁହନ୍ତି, ଶିକ୍ଷକ ଓ ଅଭିଭାବକଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Exam Stress
Advertisment
Advertisment