Advertisment

କଲେଜଗୁଡିକୁ ବିଭାଗର ନିର୍ଦ୍ଦେଶ; ଇ-ଲେକଚର ବ୍ୟବସ୍ଥାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି ।

author-image
Tanmay Kumar Mahalik

ଶୀତଳଭଣ୍ଡାରରୁ ବାହାରିଲା ଅଧ୍ୟାପକ ମରୁଡ଼ି ମୁକାବିଲା ସୂତ୍ର । ଉଚ୍ଚଶିକ୍ଷା ବିଭାଗକୁ ଇ- ଲେକ୍ଚର ବ୍ୟବସ୍ଥା ଭରସା । ତିନିବର୍ଷ ତଳେ ଆରମ୍ଭ ହୋଇଥିବା ଇ- ଲେକ୍ଚର ବ୍ୟବସ୍ଥାକୁ ପୁଣିଥରେ ସଚଳ କରି ଏଦିଗରେ ପିଲାଙ୍କୁ ପ୍ରୋତ୍ସାହିତ କରିବାକୁ ବିଭାଗ ନେଲା ପଦକ୍ଷେପ । ସେପଟେ ଅଧ୍ୟାପକ ନଥିବାରୁ କ୍ଲାସ ରୁମ୍ ଶିକ୍ଷା ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅସନ୍ତୁଷ୍ଟ । ବିନା କ୍ଲାସ୍ ରୁମ୍ ଶିକ୍ଷାଦାନରେ ଇ-ଲେକଚର କେତେ ସଫଳତା ପାଇବ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment
Students
Advertisment
Advertisment