• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମ୍ପିଟିଟିଭ୍ ପରୀକ୍ଷାରେ କପି କରିବା ଏବଂ ପ୍ରଶ୍ନ ପତ୍ର ଲିକ୍‌ ଉପରେ କଟକଣା ଲଗାଇବାକୁ ସରକାର ସଂସଦରେ ପବ୍ଲିକ୍ ଏଗ୍‌ଜାମିନେସନ୍‌ ବିଲ୍ ୨୦୨୪ ଉପସ୍ଥାପନ କରିଛନ୍ତି । ଶ୍ରମ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଆଜି ଲୋକସଭାରେ ଏହି ବିଲ ଉପସ୍ଥାପନ କରିଛନ୍ତି ।

ବଡ଼ କଥା ହେଉଛି କେନ୍ଦ୍ର କ୍ୟାବିନେଟ ଏହି ବିଲ୍‌କୁ କିଛି ଦିନ ପୂର୍ବରୁ ମଞ୍ଜୁରି ଦେଇଛି । ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ଧରାପଡ଼ିଲେ ବା ପ୍ରମାଣ ମିଳିଲେ ୧୦ ବର୍ଷ କାରାଦଣ୍ଡ ଏବଂ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି । ଏହାପୂର୍ବରୁ ରାଷ୍ଟ୍ରପତି ମଧ୍ୟ ଏକଥା ଉଠାଇଥିଲେ । ଆଉ ଏଭଳି ଏକ ବିଲ୍‌ ଆସିବା କଥା ବୋଲି କହିଥିଲେ ।

ସଂସଦରେ ଉପସ୍ଥାପିତ ହୋଇଥିବା ଏହି ବିଲରେ ସଂଗଠିତ ଅପରାଧ, ମାଫିଆ ଏବଂ ଏହି ଅପରାଧ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏବେ ଏଥିରେ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଇ ନାହିଁ । ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ପାଇଁ ଏହି ବିଲ୍‌ରେ ପ୍ରସ୍ତାବ ରହିଛି । କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବାକୁ ଏହି କମିଟି ସୁପାରିଶ କରିବ । UPSC, SSB, RRB, Banking, NEET, JEE, CET ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ହେଉଥିବା ପରୀକ୍ଷା, ଏହି ଆଇନର ଅଧିନରେ ରହିବ ।

ଏହି ବିଲ୍‌ରେ ଆହୁରି କୁହାଯାଇଛସି ଯେ, ପ୍ରକୃତ ପରୀକ୍ଷାର୍ଥୀ ବଦଳରେ ଯଦି ଆଉ କେହି ପରୀକ୍ଷା ଦେଉଥାଏ, କିମ୍ବା ପ୍ରକୃତ ସେଣ୍ଟରରେ କରାନଯାଇ ଅନ୍ୟ କେଉଁଠାରେ ପରୀକ୍ଷା କରାଯାଏ, ତେବେ ଏହି ସୂଚନା କର୍ତ୍ତୃପକ୍ଷ ଦେବାକୁ ବାଧ୍ୟ । ନଚେତ ଏଭଳି ତ୍ରୁଟି ସାମ୍ନାକୁ ଆସିଲେ, ଏହାସହ ଜଡ଼ିତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି ।

କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍‌ କରାଯାଇପାରେ ।