• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷା ପେ’ ଚର୍ଚ୍ଚା ସାରା ଦେଶରେ ପିଲାଙ୍କ ଭବିଶ୍ୟତ ଲାଗି ବେଶ ସହାୟକ ହୋଇଛି । ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ପାଇଁ ଟିପ୍ସ ଦେଇ ପିଲାଙ୍କୁ ଉତ୍ସାହିତ କରିବେ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀର ଭାରତ ନାଟମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରେଜିଷ୍ଟ୍ରେଷନ କରିଛନ୍ତି । ସକାଳ ୧୧ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଗତବର୍ଷ ଏହି କାର୍ଯ୍ୟକ୍ରମରେ ୩୧.୨୪ ଲକ୍ଷ ଛାତ୍ର, ୫ଲକ୍ଷ ୬୦ ହଜାର ଶିକ୍ଷକ ଯୋଗଦେଇଥିଲେ । ୧ ଲକ୍ଷ ୯୫ ହଜାର ଅଭିଭାବକ ମଧ୍ୟ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପରୀକ୍ଷା ପେ’ ଚର୍ଚ୍ଚା’ର ଆୟୋଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ 'ପରୀକ୍ଷା ପେ’ ଚର୍ଚ୍ଚା'ର ସପ୍ତମ ସଂସ୍କରଣର ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସପ୍ତମ ସଂସ୍କରଣ ପାଇଁ ମାଇଗୋଭ୍ ପୋର୍ଟାଲରେ ୨.୨୬ କୋଟି ପଞ୍ଜିକରଣ ରେକର୍ଡ କରାଯାଇଛି । ଯାହା କି ଦେଶବ୍ୟାପୀ ଛାତ୍ରମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହକୁ ଦର୍ଶାଉଛି ।

'ପରୀକ୍ଷା ପେ’ ଚର୍ଚ୍ଚା'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି । ତାହା ସହ ପିଲାମାନଙ୍କ ପରୀକ୍ଷାକୁ ନେଇ ଟିପ୍ସ ଦେଇଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।