Advertisment

ନୂଆ ଓ' ପାଇଁ ୨ ମାସ ହେଲା କ୍ୟାମ୍ପସ ପାଠ ପଢ଼ା ଠପ୍

ସେଲିବ୍ରିଟି ଓ ନେତା ସାମିଲ ନେଇ ତେଜିଲା ରାଜନୀତି । କେଉଁଠି ଆଲବମ୍ ଗୀତରେ ଠୁମକା ତ କେଉଁଠି ଗୋଷ୍ଠୀ ବିବାଦ ।

author-image
Satyendu Shekher Mishra
Nua O

Nua O

କଲେଜରେ ପାଠ ପଢାରେ ଡୋରି ! ଆଲବମ ଗୀତରେ ଲାଗୁଛି ଠୁମ୍‌କା । ମଞ୍ଚ ଉପରେ ସେଲିବ୍ରିଟି ଆଉ ତଳେ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଉଡୁଛି ଶୈକ୍ଷିକ ପରିବେଶର ଧଜିଆ। ନୂଆ ଓ' କାର୍ଯ୍ୟକ୍ରମରେ ରାଜ୍ୟ ତମାମ କ୍ୟାମ୍ପସରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର। କେଉଁଠି କେଉଁଠି ଡ୍ୟାନ୍ସରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଉଛନ୍ତି କଲେଜ କର୍ତ୍ତୃପକ୍ଷ ତ କେଉଁଠି ଖୋଦ୍ ଜନ ପ୍ରତିନିଧି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ସବୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି ।

Advertisment

ନୂଆ ଓ ମଞ୍ଚରେ ଆଇଟମ ଗୀତରେ ନାଚୁଛନ୍ତି ହିରୋଇନ୍, ଆଉ ମଞ୍ଚ ତଳେ ଥାଇ ତାର ମଜା ଉଠାଉଛନ୍ତି ଛାତ୍ରଛାତ୍ରୀ। ନାମୀ ଦାମୀ ଓଲିଉଡ୍ ହିରୋ, ହିରୋଇନ ଆଉ ସିଙ୍ଗର ବି ଅତିଥି ହୋଇ କାର୍ଯ୍ୟକ୍ରମକୁ ଯଉଛନ୍ତି। ଅଭିନେତା ବାବୁସାନ ମହାନ୍ତି ବି ମଞ୍ଚରେ ରହି କରୁଛନ୍ତି ଜବରଦସ୍ତ ଫରଫମାନ୍ସ । ଏମିତି କିଛି ଦେଖିବାକୁ ମିଳିଛି ରାୟଗଡାରେ । ଯେଉଁଠି ଅତିଥି ଥିଲେ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସେହିପରି ବ୍ରହ୍ମପୁରଠାରେ ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗାୟକ ସ୍ୱୟମ ପାଢୀ ଆଉ ହିରୋଇନ ପୁପିଲ । ଖାଲି ହିରୋ ହିରୋଇନ ନୁହଁନ୍ତି ମଞ୍ଚ ଉପରେ ଛାତ୍ରଛାତ୍ରୀଙ୍କ ସହ ନାଚରେ ମସଗଗୁଲ ହେଉଛନ୍ତି ବିଜେଡି ବିଧାୟକ । ସେହିଭଳି ଜୁନାଗଡର ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନାଚ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଆଉ ସୁନ୍ଦରଗଡରେ ନାଚଗୀତ ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୋରସୋର ଗଣ୍ଡଗୋଳ ହୋଇଥିବା ଦେଖାଯାଇଛି । ବଡ କଥା ହେଲା ଏହି କାର୍ଯ୍ୟକ୍ରମ ଯୋଗୁ ମାସରୁ ଅଧିକ ଦିନ ଧରି ପାଠ ପଢା ବ୍ୟାଘାତ ହେଉଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।

Advertisment

ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପ୍ରତିଯୋଗିତା ପାଇଁ ନୂଆ ଓ ଯୋଜନା କରିଥିଲେ ସରକାର। ସେଥିପାଇଁ କଲେଜ ପିଛା ୩ରୁ ୯ ଲକ୍ଷ ଯାଏଁ ଅନୁଦାନ ମଧ୍ୟ ଦିଆଯାଇଥିଲା। ତେବେ ଖାଲି ରଙ୍ଗୀନ କାର୍ଯ୍ୟକ୍ରମ ହେଉନି, ନୂଆ ଓ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇ ଉଦବୋଧନ ଦେଉଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ।

ଏଠି ପ୍ରଶ୍ନ ନୂଆ ଓ କାର୍ଯ୍ୟକ୍ରମ କାହା ପାଇଁ ? ଛାତ୍ରଛାତ୍ରୀଙ୍କ ପାଇଁ ଥିବା କାର୍ଯ୍ୟକ୍ରମରେ କାହିଁକି ସାମିଲ ହେଉଛନ୍ତି ନେତା ଆଉ ସେଲିବ୍ରିଟି ? କଲେଜଗୁଡିକୁ ୩ରୁ ୯ ଲକ୍ଷ ଯାଏଁ ଅନୁଦାନ ଦିଆଯାଇଥିବା ବେଳେ ଏତେ ବଡ଼ କାର୍ଯ୍ୟକ୍ରମ ଆଉ ନାମୀ ଦାମୀ ସେଲିବ୍ରିଟିକୁ କେମିତି ଆଣୁଛନ୍ତି କଲେଜ କର୍ତ୍ତୃପକ୍ଷ ? ନା ଏଥିପାଇଁ ଅନ୍ୟ କୌଣସି ଫଣ୍ଡ ବି ଖର୍ଚ୍ଚ ହେଉଛି କି ? ସେଲିବ୍ରିଟି ଆଣି ରଙ୍ଗୀନ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ସମର୍ଥନ ଗୋଟାଇବାକୁ ଏହା ବିଜେଡି ସରକାରର ଷ୍ଟ୍ରାଟେଜି ନୁହେଁ ତ ? ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ସେଲିବ୍ରିଟି ମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ଆସୁଛନ୍ତି ।

କିଛିଦିନ ତଳେ ମୟୂରଭଞ୍ଜ ଗୋରୁ ମହିଷାଣୀ କଲେଜରେ ନୂଆ ଓ' କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଫତୱା ଜାରି କରିଥିଲେ କଲେଜ ଅଧ୍ୟକ୍ଷ। ସେହିପିରି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଏବଂ ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲ କରାଯିବା ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା।

BJD BJP Congress Odisha Politics
Advertisment
Advertisment