Advertisment

କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...

କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ministry of Education Guidelines For Coaching Centres

Coaching Centre

୧୬ ବର୍ଷରୁ କମ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା। କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏପରିକି କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି। କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।

Advertisment

ସଂସ୍ଥା ବା କୋଚିଂ ସେଣ୍ଟର ପାଇଁ ନୂଆ ନିୟମ

୧.ସ୍ନାତକୋତ୍ତର ସ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତୁ ନାହିଁ ।

୨. ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ନାମ ଲେଖାଇବା ପାଇଁ ପିତା-ମାତାଙ୍କୁ ଭଲ ମାର୍କ ବା ରାଙ୍କ ରଖେଇଦେବାର ପ୍ରଲୋଭନ ଦେଖାଇପାରିବେ ନାହିଁ ।

Advertisment

୩. ୧୬ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଶନ ଦେଇପାରିବେ ନାହିଁ ।

୪. ପିଲାଙ୍କର ମାଧ୍ୟମିକ ଶିକ୍ଷା ପରେ ହିଁ ଆଡ୍‌ମିଶନ କରାଇପାରିବେ ।

୫. କୋଚିଂ ସେଣ୍ଟରରୁ ପୂର୍ବରୁ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ନାଁକୁ ନେଇ କୌଣସି ପ୍ରକାର ଦାବି କରିପାରିବେ ନାହିଁ ସଂସ୍ଥା । ଏମିତିକ ସେମାନଙ୍କ ଫଟୋ ବ୍ୟବହାର କରି କୌଣସି ପ୍ରକାର ବିଜ୍ଞାପନ ଲଗାଇପାରିବେ ନାହିଁ ।

ଏହି ସବୁ ନିୟମ, କୋଚିଂ ସେଣ୍ଟର ମାନିବାକୁ ବାଧ୍ୟ

୧. କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜୀକରଣ ଏବଂ ନିୟନ୍ତ୍ରଣ ପାଇଁ ଏକ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ହେବ ।

୨. କୋଚିଂ ସେଣ୍ଟରଗୁଡିକର କାର୍ଯ୍ୟ ପାଇଁ ସର୍ବନିମ୍ନ ମାନକ ଆବଶ୍ୟକତା ବ୍ୟାଖ୍ୟା କରିବାକୁ ।

୩. କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ ହେବ ।

୪. ଛାତ୍ରଛାତ୍ରୀଙ୍କ ବିସ୍ତୃତ ବିକାଶ ପାଇଁ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରାଥମିକତା ଦେବା ପାଇଁ କୋଚିଂ ସେଣ୍ଟର ଗୁରୁତ୍ୱ ଦେବେ ।

୫. ଛାତ୍ରଛାତ୍ରୀମାନଙ୍କର ମାନସିକ ସୁସ୍ଥତା ନିଶ୍ଚିତ କରିବାକୁ କ୍ୟାରିୟର ମାର୍ଗଦର୍ଶନ ଏବଂ ମାନସିକ ପରାମର୍ଶ ପ୍ରଦାନ କରିବାକୁ ହେବ ।

Ministry Of Education Coaching Centre Guidlines
Advertisment
Advertisment