Advertisment

ବିରିୟାନୀ ଲୋଭ ସାଙ୍ଗକୁ ଧମକ ! ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣକୁ ଆସିବାକୁ ପିଲାଙ୍କୁ ଅଫର...

ଭାଇରାଲ୍ ହେଉଥିବା ହ୍ବାଟ୍ସଆପ୍ ମେସେଜକୁ ନେଇ ଚର୍ଚ୍ଚା । ‘ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବନାହିଁ’ ।

author-image
Satyendu Shekher Mishra
Satyabadi Odia University

Satyabadi Odia University

ପୁରୀ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର। ଆସିଲେ ମିଳିବ ଦେଢ ଶହ ଟଙ୍କିଆ ଟିଫିନ୍ ସହ ୩୫୦ ଟଙ୍କିଆ ବିରିୟାନି । ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ କରିଥିବା ଏଭଳି ହ୍ୱାଟସଅପ୍ ମେସେଜ୍ ଏବେ ଭାଇରାଲ ହେଉଛି। ପିଲାଙ୍କୁ ଲୋକାର୍ପଣ ଉତ୍ସବ ପାଇଁ ସକାଳ ୯ ଟାରେ ପହଁଚିବାକୁ କୁହାଯାଇଛି।

Advertisment

ସେଠାରୁ ବସରେ ପଂଚଶଖା ପଡିଆକୁ ଯିବା ଏବଂ ସେଠାରେ ଦେଢ ଶହ ଟଙ୍କିଆ ଟିଫିନ୍ ବ୍ୟବସ୍ଥା ହୋଇଥିବା ଲେଖାଯାଇଛି। ପରେ କଲେଜରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୫୦ ଟଙ୍କିଆ ବିରିୟାନି ବ୍ୟବସ୍ଥା ମଧ୍ୟ କରାଯାଇଥିବା ଲେଖାଯାଇଛି। କେବଳ ଏତିକି ନୁହେଁ, ପରୀକ୍ଷା ଥିଲେ ମଧ୍ୟ ପିଲାଙ୍କୁ ଆସିବାକୁ କୁହାଯାଇଛି। ଏପରିକି ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କରେ କିଛି ଭୁଲ୍ ହୋଇଛି ବୋଲି କହିବା ସହ ମାର୍କ କେମିତି ବଢିବ ସେନେଇ ସାର୍ ମ୍ୟାଡାମଙ୍କ ସହ ଦେଖା କରିବାକୁ ସ୍ପଷ୍ଟ କରାଯାଇଛି।

ପିଲାଙ୍କୁ ଉତ୍ସବକୁ ଆସିବାକୁ ପରୋକ୍ଷରେ ଧମକ ମଧ୍ୟ ଦିଆଯାଇଛି। ସମସ୍ତଙ୍କ ଆସିବା ବାଧ୍ୟତାମୂଳକ ବୋଲି ଲେଖାଯିବା ସହ ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦୋଷ ଦେବନାହିଁବୋଲି ଲେଖାଯାଇଛି। ବର୍ତ୍ତମାନ ଏହି ହ୍ବାଟସଅପ୍ ମେସେଜ୍ ଭାଇରାଲ ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ୟୁଜିଏସ୍ କଲେଜ ଅଧ୍ୟକ୍ଷ।

Advertisment

ସେପଟେ ମୟୂରଭଞ୍ଜ ଗୋରୁମହିଷାଣୀ ଆଇରନ୍ କଲେଜ୍ ଅଧ୍ୟକ୍ଷଙ୍କ ଏକ ଚିଠି ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ସିଧାସଳଖ ପିଲାଙ୍କୁ ଧମକ ଦେଉଛନ୍ତି କର୍ତ୍ତୃପକ୍ଷ। ଆଜି କଲେଜରେ ନୂଆ-ଓଡ଼ିଶା, ନବୀନ ଓଡ଼ିଶା, ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପନୀ ଉତ୍ସବ ଥିବା ବେଳେ ଏଥିରେ ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା।

ଯେଉଁଥିରେ ସଫା ସଫା କୁହାଯାଇଛି, ନିର୍ଦ୍ଦେଶନାମାର ଖିଲାପ କରି ଅନୁପସ୍ଥିତ ରହିଲେ ଯେଉଁ ସମସ୍ୟା ସୃଷ୍ଟି ହେବ, ସେଥିପାଇଁ କଲେଜ୍ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଏଭଳି ଲେଟର ବର୍ତ୍ତମାନ ଭାଇରାଲ ହେଉଥିବା ବେଳେ ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Satyabadi
Advertisment
Advertisment