Advertisment

Career Tips: ଆପଣ ବାୟୁସେନାରେ ଚାକିରି କରିବାକୁ ଚାହାନ୍ତି କି; ଜାଣନ୍ତୁ କ’ଣ କରିବେ…

ଅନେକ ଯୁବକ ବାୟୁସେନା (Air Force)ରେ ଯୋଗଦେବାକୁ ହୁଏତ ସ୍ୱପ୍ନ ଦେଖୁଥିବେ। ଅନେକ ବଲିଉଡ ଚଳଚ୍ଚିତ୍ରରେ ଜଣେ ଯୁଦ୍ଧ ବିମାନ ପାଇଲଟଙ୍କ ଆକ୍ସନ ଦେଖାଯାଏ। ଏହାକୁ ଦେଖି ଅନେକ ମଧ୍ୟ ଅନୁପ୍ରାଣିତ ହୁଅନ୍ତି। ଆପଣ ଯଦି ଏଭଳି ଇଛା ପ୍ରକାଶ କରିଛନ୍ତି ଆଉ କ’ଣ କରିବେ ଜାଣିପାରୁ ନାହାନ୍ତି ତେବେ ଜାଣନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Career in Air Force know the tips how to entry

Career in Air Force know the tips how to entry

ଭାରତୀୟ ଗଣତନ୍ତ୍ର ଦିବସର ବିଶେଷ ଉତ୍ସବରେ ଦେଶର ପ୍ରତ୍ୟେକ ଯୁବକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଦେଖାଦେଇଛି। ଏନେଇ ଅନେକ ଯୁବକ ବାୟୁସେନା (Air Force)ରେ ଯୋଗଦେବାକୁ ହୁଏତ ସ୍ୱପ୍ନ ଦେଖୁଥିବେ।

Advertisment

ଅନେକ ବଲିଉଡ ଚଳଚ୍ଚିତ୍ରରେ ଜଣେ ଯୁଦ୍ଧ ବିମାନ ପାଇଲଟଙ୍କ ଆକ୍ସନ ଦେଖାଯାଏ। ଏହାକୁ ଦେଖି ଅନେକ ମଧ୍ୟ ଅନୁପ୍ରାଣିତ ହୁଅନ୍ତି। ଆପଣ ଯଦି ଏଭଳି ଇଛା ପ୍ରକାଶ କରିଛନ୍ତି ଆଉ କ’ଣ କରିବେ ଜାଣିପାରୁ ନାହାନ୍ତି ତେବେ ଜାଣନ୍ତୁ।

ବାୟୁସେନାରେ ଯୋଗଦେବା ଏବଂ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଦ୍ୱାଦଶ ପାଶ୍‌ ପ୍ରାର୍ଥୀମାନେ ଏହିସବୁ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆପଣ ଯଦି ଦ୍ୱାଦଶ ପାଶ କରିଛନ୍ତି ଏବଂ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ୍ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହିସବୁ ପରୀକ୍ଷା ଦେବାକୁ ପଡିବ।

Advertisment

ବାୟୁସେନାରେ କିପରି ପ୍ରବେଶ କରିବେ:

ବାୟୁସେନାରେ ସରକାରୀ ଚାକିରି ପାଇବାକୁ ୧୦ + ୨ ପାଶ୍ କରିବା ଆବଶ୍ୟକ। ସାମରିକ ଅଧିକାରୀ କ୍ଷେତ୍ରରେ ଅନେକ ପ୍ରମୁଖ ପଦବୀ ପାଇଁ ମଧ୍ୟ ସ୍ନାତକ ଡିଗ୍ରୀ ଆବଶ୍ୟକ। ବାୟୁସେନା ଯୁଦ୍ଧ ବିମାନ ପାଇଲଟ୍ ହେବା ପାଇଁ କେଉଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ ଜାଣନ୍ତୁ।

NDA ପରୀକ୍ଷା:

ୟୁନିୟନ ଲୋକସେବା ଆୟୋଗ ପ୍ରତିବର୍ଷ ଦୁଇଥର NDA(ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମୀ) ପରୀକ୍ଷା (UPSC NDA ପରୀକ୍ଷା) କରିଥାଏ। NDA ପରୀକ୍ଷାରେ ହାଜର ହେବାକୁ, ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାଶ୍ କରିବା ବାଧ୍ୟତାମୂଳକ। ଏହା ସହିତ, ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୬.୫ ବର୍ଷରୁ କମ୍ ଏବଂ ସର୍ବାଧିକ ୧୬.୫ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। NDAରେ ଯୋଗଦେବା ପାଇଁ, ଆପଣ ୱେବ୍‌ସାଇଟ୍ nda.nic.in କୁ ଯାଇ ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ।

ଗ୍ରାଜୁଏସନ୍ କରିଥିଏଲେ CDS ପରୀକ୍ଷା:

ବାୟୁସେନାରେ ପାଇଲଟ୍ ହେବା ପାଇଁ ପ୍ରତିବର୍ଷ ମିଳିତ ପ୍ରତିରକ୍ଷା ସେବା (CDS) ପରୀକ୍ଷା କରାଯାଏ। CDS ପରୀକ୍ଷା ସହିତ ଜଡିତ ବିବରଣୀ upsc.gov.in ରେ ଯାଞ୍ଚ କରାଯାଇପାରିବ। CDS ପରୀକ୍ଷାରେ ହାଜର ହେବାକୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହିତ ୧୦ + ୨ ପାସ୍ କରିବା ପରେ ସ୍ନାତକ ଡିଗ୍ରୀ ହାସଲ କରିବା ବାଧ୍ୟତାମୂଳକ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷରୁ ଅଧିକ ଏବଂ ସର୍ବାଧିକ ବୟସ ୨୪ ବର୍ଷରୁ ଅଧିକ ହେବା ଉଚିତ ନୁହେଁ।

ଏନ୍‌ସିସି ସ୍ୱତନ୍ତ୍ର ଏଣ୍ଟ୍ରିରେ ସୁଯୋଗ:

ଏନ୍‌ସିସି ସ୍ୱତନ୍ତ୍ର ଏଣ୍ଟ୍ରି ନିଯୁକ୍ତି କେବଳ ଏୟାର ୱିଙ୍ଗ୍‌ ସିନିୟର ଡିଭିଜନ୍ 'ସି' ସାର୍ଟିଫିକେଟ୍ ଥିବା ପ୍ରାର୍ଥୀଙ୍କ ପାଇଁ କରାଯାଏ। ଏଥିପାଇଁ ପ୍ରାର୍ଥୀ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ୧୦ + ୨ ପାଶ୍ କରିବା ଆବଶ୍ୟକ। ଏହା ପରେ, ସର୍ବନିମ୍ନ ୬୦% ମାର୍କ ଥିବା ଯେକୌଣସି ବିଷୟ ଉପରେ ସ୍ନାତକ / BE / B.Tech ପାଶ୍ କରିବା ମଧ୍ୟ ବାଧ୍ୟତାମୂଳକ। ପ୍ରାର୍ଥୀଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ।

Career Tips
Advertisment
Advertisment