Advertisment

ଜୁନିୟର ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟରେ ଅନିୟମିତତା, ଆଶାୟୀଙ୍କ ବକ୍ଷୋଭ..!

ବ୍ୟାପକ ଅନିୟମିତତା ଅଭିଯୋଗ କଲେ ଅଶାୟୀ । କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Junior Teacher Result 2024

Junior Teacher

ଓଡ଼ିଶା ଜୁନିଅର ଟିଚର-ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ ଅସନ୍ତୁଷ୍ଟ ଆଶାୟୀ । କନିଷ୍ଠ ଶିକ୍ଷକ ଆଶାୟୀ ମାନେ ମେରିଟ୍ ଲିଷ୍ଟରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଏନେଇ ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ତାସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍ ଲିଷ୍ଟ ରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଛନ୍ତି ଆଶାୟୀ। ଆଜି ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଛନ୍ତି ।

Protest
Advertisment
Advertisment