/odishatv-khabar/media/post_attachments/uploadimage/library/16_9/16_9_0/atm_loot_1649138253.jpg)
atm loot
ରାଜଧାନୀ ପୁଣି ମାତିଲେ ଏଟିଏମ ଲୁଟେରା । ନୂଆ ତରିକାରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସବିଆଇ ଏଟିଏମରୁ ଲୁଟ । ଏଥର ପୂରା ଏଟିଏମ ମେସିନକୁ ତାଡ଼ି ନେଇଛନ୍ତି ଲୁଟେରା । ମେସିନ୍ ଇନଷ୍ଟଲ ହୋଇଥିବା ଲୁହାରଡ୍ କାଟିବା ପରେ ମେସିନ ନେଇ ଫେରାର ମାରିଛନ୍ତି । ଏଟିଏମରେ ୨୦ରୁ ୨୫ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡିଛି । ତେବେ ଲୁଟେରା ମାନେ ପ୍ରଥମେ ଏଟିଏମର ଇଲେକ୍ଟ୍ରିକ୍ କନେକ୍ସନ କାଟିଥିଲେ । ପରେ ନେଟଓ୍ୱର୍କ ଡିଜାବୁଲ କରିବା ପରେ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିବା ବୈଷୟିକ ଟିମ୍ ପକ୍ଷରୁ କୁହାଯାଇଛି ।
ସେପଟେ ପୋଲିସ କହିଛି ପୁରା ଏଟିଏମ ବୋହି ନେବା ଘଟଣା ଓଡ଼ିଶାରେ ପ୍ରଥମ । ପୂର୍ବରୁ ରାଜସ୍ଥାନରେ ଏଭଳି ଲୁଟର ନଜିର ରହିଛି, ମାତ୍ର ଓଡ଼ିଶାରେ ଏଭଳି ଘଟଣା କେବେ ବି ହୋଇନି । ଏପରି ଲୁଟ୍ ଘଟଣା ଓଡ଼ିଶାରେ ସମ୍ପୂର୍ଣ୍ଣ ନୂଆ । ଲୁଟ ପୂର୍ବରୁ ଲୁଟେରା ମାନେ ସ୍ଥାନୀୟ ଅଞ୍ଚଳରେ ରେକି କରିଥିବା ପୋଲିସ କହିଛି । ଏଟିଏମର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ଏକାଧିକ ଲୁଟେରାଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି ।
ସୋମବାର ମଧ୍ୟରାତ୍ରୀରେ ଏ ଘଟଣା ଘଟିଛି । ଏଟିଏମ ଭିତରେ ଓ ବାହାରେ ଟେଣ୍ଟହାଉସରେ ବ୍ୟବହୃତ କପଡ଼ା ପଡ଼ିଥିବା ଦେଖିବାକୁ ମିଳିଛି । ନୂଆ ତରିକାର ଲୁଟ ପୋଲିସ ପାଇଁ ଚାଲେଞ୍ଜ ହୋଇଥିବା ବେଳେ ଟେକ୍ନିକାଲ ଟିମ୍ ସହାୟତାରେ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)