Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍‌

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।

author-image
Otv Khabar Bureau
vigilance raid

vigilance raid

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନ୍‌ର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ୬ଟି ସ୍ଥାନରେ ରେଡ୍ ଚାଲିଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।

Advertisment

ଭଂଜନଗର ଇରିଗେସନ୍ କଲୋନୀରେ ଥିବା କ୍ୱାର୍ଟର, ଭଂଜନଗରରେ ଥିବା ଅଫିସ୍, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଫ୍ଲାଟ୍, କସ୍ମୋପଲିସ୍‌ରେ ଥିବା ଫ୍ଲାଟ୍, ଜାଗମରାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଖଲ୍ଲିକୋଟ୍ର ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।

Vigilance Raid
Advertisment
Advertisment