• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି କଲେଜରେ ଜାଲି ଛାତ୍ରଛାତ୍ରୀ । ନକଲି ସାର୍ଟିଫିକେଟ୍‌ ଦେଇ କରିଥିଲେ ଆଡ୍‌ମିଶନ । ଏବେ ଧରାପଡ଼ିଲେ । ଥାନାରେ ଅଭିଯୋଗ ବି ହେଲା ।ଭୁବନେଶ୍ୱରରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଜରିଆରେ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଛି । ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।

ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ । ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।

ତେବେ କାହିଁକି ଏବଂ କେଉଁ ଉଦେଶ୍ୟରେ ନକଲି ଛାତ୍ରଛାତ୍ରୀ ବିଜେବି କଲେଜରେ ଆଡ୍‌ମିଶନ କରିଥିଲେ ସେନେଇ ଖୋଳତାଡ଼ ଚାଲିଛି । କିଛି ଛାତ୍ରଛାତ୍ରୀଙ୍କ କହିବା କଥା, କଲେଜ ଇଲେକ୍ସକୁ ଭିତରେ ରହି କଣ୍ଟ୍ରୋଲ କରିବା ପାଇଁ ଓ ସଂଗଠନ ଉଦେଶ୍ୟରେ କିଛି ଜଣ ଆଡ୍‌ମିଶନ କରିଥାଇ ପାରନ୍ତି ।