/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648710452.jpg)
Cameraman Manas Swain
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ପିଟି ପିଟି କରାଯାଇଛି ମାନସଙ୍କ ହତ୍ୟା । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି କ୍ରାମ୍ବ୍ରାଞ୍ଚ । କ୍ରାଇମ୍ବ୍ରାଞ୍ଚର ଯେତିକି ତଦନ୍ତ ଆଗୋଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ ହୋଇଛି । କେୟାର ଟେକରର ସୂଚନା ଅନୁସାରେ ହତ୍ୟାରେ ବ୍ୟବହୃତ ସାମଗ୍ରୀ ତଦନ୍ତକାରୀ ସଂସ୍ଥା ଜବତ କରିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଏସବୁ ସାମଗ୍ରୀ ଫିଙ୍ଗି ଦେଇଥିଲା । ଜବତ ୪ ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ପଠାଯାଇଥିଲା । ବ୍ୟବହୃତ ସରଞ୍ଜାମ ପରୀକ୍ଷା ପରେ ପ୍ରମାଣ ମିଳୁଥିବା ନେଇ ଏସ୍ସିବି ଏଫ୍ଏମ୍ଟି ରିପୋର୍ଟରୁ ସୂଚନା ମିଳୁଛି । ତେଣୁ ମାନସଙ୍କୁ ସମ୍ଭବତଃ ସେଥିରେ ହିଁ ମରାଯାଇଥିବା କଟକ SCB ମେଡିକାଲ FMT ବିଭାଗ ପ୍ରଫେସର କହିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ସେପଟେ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଆସିଲା ଆଉ ଏକ ନୂଆ ତଥ୍ୟ । ମୃତ ମାନସଙ୍କ ଅଧାପୋଡ଼ା ଚପଲ ଓ ଇୟରଫୋନକୁ ଚିହ୍ନିଲେ ମାନସଙ୍କ ପରିବାର ଲୋକେ । ମାନସଙ୍କ ପତ୍ନୀ ଓ ତାଙ୍କ ଭାଇ ଏହି ଅଧାପୋଡା ଚପଲ ଓ ଇୟରଫୋନ୍କୁ ଚିହ୍ନଟ କରିଛନ୍ତି । ତେବେ ମେମୋରୀ ଚିପ୍କୁ ନେଇ ସେଭଳି କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ମାନସଙ୍କ ପାଖରେ ଥିବା ମେମୋରୀ ଚିଫ୍ ଶର୍ମିଷ୍ଠାଙ୍କ ପାଖରେ ନଥିବା ଜଣାପଡିଛି ।
ଗତକାଲି ନୟାଗଡ଼ ରଣପୁର ଅଂଚଳରେ ଥିବା ମାନସଙ୍କ ଘରେ ଯାଇ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ । କାଳେ ମାନସଙ୍କ ଘରେ ମେମୋରୀ ଚିପ୍ ଥିବ ଭାବି ଖୋଜାଖୋଜି କରିଥିଲେ । ତେବେ ସେଠାରୁ ମଧ୍ୟ ମେମୋରି ଚିପ୍ ପାଇପାରିନାହିଁ କ୍ରାଇମବ୍ରାଞ୍ଚ । ମାନସ ଏହି ମେମୋରି ଚିପ୍କୁ ନେଇଯିବା ପରେ ସମସ୍ତ ଫାଇଲ୍ ଡିଲିଟ୍ କରିଦେଇଥିବା ଜଣାପଡିଛି ।
ସେପଟେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣିଥରେ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ । ମାନସଙ୍କୁ କାହିଁକି ହତ୍ୟା କରାଯାଇଥିଲା ? କେଉଁ କାରଣ ପାଇଁ ଶର୍ମିଷ୍ଠା, ନିରଞ୍ଜନଙ୍କ ରାଗ ଚରମରେ ପହଞ୍ଚିଥିଲା ? ହତ୍ୟା କେମିତି ହେଲା ସେ ସମ୍ପର୍କରେ ତ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ହେଲେ ହତ୍ୟାର ପ୍ରମୁଖ କାରଣ କଣ ସେ ସମ୍ପର୍କରେ ଏବେ ବି ଜାଣିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)