• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଗରଫ ଅଭିଯୁକ୍ତମାନେ ହେଉଛନ୍ତି ସନ୍ତୋଷ କୁମାର ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ତେବେ ଏହି ଅଭିଯୁକ୍ତମାନେ ନନ୍ଦନକାନନ ନିକଟସ୍ଥ ଦାରୁଡେଙ୍ଗ ଗାଁର ହୋଇଥିବା ଜଣାପଡିଛି ।

ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଯୁକ୍ତିତର୍କକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହାକୁ କେନ୍ଦ୍ର କରି ଛତିଶଗଡ଼ରୁ ନନ୍ଦନକାନନକୁ ଆସିଥିବା ପ୍ରାୟ ୨୬ ଜଣ ପର୍ଯ୍ୟଟକଙ୍କୁ ନନ୍ଦନକାନନ ସଫାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ପିଟି ଲହୁ ଲୁହାଣ କରିଥିଲେ । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକମାନେ ଏହି ଅଭିଯୋଗ ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ ।

ଆଜି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜୀତ କୁମାର ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦାଖଲ କରିବାକୁ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଦେବା ପରେ ହିଁ ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯିବା ଫଳରେ ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।