• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋତେ କାହିଁକି ଭଲ ପାଉ ନାହଁ ? ଏମିତି କିଛି ପ୍ରଶ୍ନ ପଚାରିବା ପରେ ଜଣେ ଯୁବତୀଙ୍କ ଗଳା କାଟିଦେଲେ ଯୁବକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ । ଔରଙ୍ଗାବାଦ ଦେଓଗିରି କଲେଜ ସମ୍ମୁଖରେ ଶନିବାର ଏହି ଘଟଣା ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଯୁବକ ଜଣକ ଏଭଳି ଏକ କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହୋଇଯାଇଥିଲା । ସେଠାରୁ ଫେରାର ହେବା ପରେ ନାସିକ୍‌ର ଗଣେଶନଗସ୍ଥିତ ଲାସଲଗାଁରେ ଥିବା ନିଜ ଭଉଣୀ ଘରେ ଲୁଚି ରହିଥିଲା । ସେଠାରୁ ଔରଙ୍ଗାବାଦ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍‌ସିଂହ ସେଠି । ଏନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ତେବେ ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୧୮ ବର୍ଷିୟ ସୁଖପ୍ରିତ୍‌ କୌର । ସେ ଦେଓଗିରି କଲେଜରେ ବିବିଏ ପାଠ ପଢ଼ୁଥିଲେ ।ହଠାତ୍‌ ଶନିବାର ଉକ୍ତ ଯୁବକ ଜଣକ ଯୁବତୀଙ୍କ ସାମ୍ନାକୁ ଆସି ‘ମୋତେ କାହିଁକି ଭଲ ପାଉ ନାହଁ’ ବୋଲି ପଚାରିବା ସହ ତାଙ୍କର ଗାଳା କାଟି ଦେଇଥିଲା । ଏହାପରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।