• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରର ବହୁଚର୍ଚ୍ଚିତ ଚଉଠି ରାତିରେ ନ୍ୟୁଡ୍ ଭିଡିଓ କଲ୍ ମାମଲାରେ ବୋହୂଙ୍କ ନାଁରେ ଲାଗିଲା ଠକେଇ ମାମଲା । ବୋହୂ ନନ୍ଦିନୀଙ୍କ ନାଁରେ ଲାଗିଛି IPCର ଧାରା ୪୨୦। ତାସହ ଅପରାଧିକ ଷଡ଼ଯନ୍ତ୍ର ୧୨୦ ବି’ ମାମଲା ରୁଜୁ କରି ତଦନ୍ତ କରୁଛି ଭରତପୁର ଥାନା ପୋଲିସ୍ । ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା ।

ହେଲେ ଏତେ ସବୁ ପରେ ବି ନନ୍ଦିନୀ କେଉଁଠି ସେ ସମ୍ପର୍କରେ ଜଣାପଡ଼ିନି । ବିବାହ ପରଦିନ ସ୍ୱାମୀଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଧରି ପଳାଇଥିବା ଅଭିଯୋଗ ନନ୍ଦିନୀଙ୍କ ନାଁରେ ରହିଛି । ଗତ ତିନି ଦିନ ଧରି ଏହି ମାମଲାରେ ତଦନ୍ତ କରାଯାଉଛି । ହେଲେ ଏବେ ବି ତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନି ।

ସୂଚନାଯୋଗ୍ୟ, ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ । ଉଜୁଡ଼ିଗଲା ନୂଆ ସଂସାର, ଭାଙ୍ଗିଗଲା ଦାମ୍ପତ୍ୟ ଜୀବନ । କଥା ଏତିକିରେ ସରିନି । ମନ୍ଦିର ଦର୍ଶନ ଆଳ କରି ସ୍ୱାମୀଙ୍କୁ ସାଙ୍ଗରେ ନେଇ ନିସ୍ତୁକ ମାଡ଼ ମରାଇଛନ୍ତି ପତ୍ନୀ । ତାସହ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ଏଭଳି ଅଭିଯୋଗ ରହିଛି ନନ୍ଦିନୀଙ୍କ ନାଁରେ ।

ତେବେ ଏହି ଘଟଣା ନା କାନକୁ ଶୁଣିବାକୁ ଭଲ ଲାଗୁଛି, ନା ସହଜରେ କଥାଟାକୁ ଗ୍ରହଣ କରିହେଉଛି । ହେଲେ ଅଭିଯୋଗ କିନ୍ତୁ ଆସିଛି ଠିକ୍ ଏହିଭଳି । ବଳରାମ ସାହୁ ନାମକ ଯୁବକ ନୂଆ କରି ବିବାହ କରିଥିଲେ । ତାଙ୍କ ଅଭିଯୋଗ, ଯେଉଁଦିନ ଚଉଠି ରାତି ଥିଲା ସେଦିନ କୁଆଡ଼େ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ କରୁଥିଲେ ତାଙ୍କ ପତ୍ନୀ । ଠିକ୍ ଏହି ସମୟରେ ରାତି ଅଧରେ ଉଠିପଡ଼ି ପତ୍ନୀର ଏଭଳି କାଣ୍ଡକୁ ଦେଖିନେଇଥିଲେ ସ୍ୱାମୀ ବଳରାମ । ପଚାରିବାରୁ କ୍ଷମା ମାଗିଲେ ନବବିବାହିତା ପତ୍ନୀ ।

ସେତେବେଳେ କ୍ଷମା ମାଗିଲେ ସିନା କିନ୍ତୁ ତା’ପରଦିନ ଲିଙ୍ଗରାଜ ମନ୍ଦିର ଯିବା ଆଳ କରି ସ୍ୱାମୀ ବଳରାମଙ୍କୁ ସାଙ୍ଗରେ ନେବା ସହ ସଂପର୍କୀୟଙ୍କ ସହ ମିଶି ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ବଳରାମ । ଏପରିକି ହତ୍ୟା ଧମକ ବି ଦେଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରିଥିବା ବେଳେ ମନ୍ଦିର ଯିବା ପୂର୍ବରୁ ବଳରାମଙ୍କ ଘରେ ଥିବା ସମସ୍ତ ସୁନା, ଗହଣା ସହ ଟଙ୍କା ଧରି ବାପଘରକୁ ଚାଲିଯାଇଥିଲେ ତାଙ୍କ ପତ୍ନୀ ।