• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଥାନା ଆଗରେ କିରାସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଥାନା ସାମ୍ନାରେ ଘଟିଛି । ମହିଳା ଜଣକ ନିଆଁ ଲଗାଇବା ପୂର୍ବରୁ ପୋଲିସ କର୍ମଚାରୀ ଠିକ୍ ସମୟରେ ହସ୍ତକ୍ଷେପ କରି ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମହିଳା ଜଣକ ହେଲେ ଗଙ୍ଗଳା ଗାଁର ସୁକାନ୍ତି ମାଝୀ । ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ୧୦ରୁ ୧୨ ଜଣ ଲୋକ ତାଙ୍କୁ ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ କିଛି ବି ପଦକ୍ଷେପ ନେଇନାହିଁ । ନ୍ୟାୟ ନପାଇ ଥାନା ସମ୍ମୁଖରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୁକାନ୍ତି ।

ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ଜାଗା ବାଡ଼ିକୁ କେନ୍ଦ୍ର କରି ୧୦ରୁ ୧୨ ଗ୍ରାମବାସୀ ସୁକାନ୍ତି ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସୁକାନ୍ତି ମାଲକାନାଗିରି ସଦର ଥାନାରେ ଅଭିଯୋଗ କରିଥିଲେ।