/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649655323.jpeg)
blast at Chemical factory
ରାଜଧାନୀରେ ପୁଣି ଫୁଟିଲା ବୋମା । ପଳାଶୁଣି ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମାମାଡ଼ । କେହି ଦୁର୍ବୃତ୍ତ ୩ଟି ବୋମାମାଡ଼ କରିଥିବା ସୂଚନା ମିଳିଛି । ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
Advertisment
ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)