/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653271636.jpg)
Employees of Nandankanan zoo attack tourists।Bhubaneswar
ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ । ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଛତିଶଗଡ଼ରୁ ନନ୍ଦନକାନନକୁ ଆସିଥିବା ପ୍ରାୟ ୨୬ଜଣ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଯୁକ୍ତିତର୍କକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଛତିଶଗଡ଼ରୁ ଆସିଥିବା ସମସ୍ତ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ସଫାରୀ ଗାଡ଼ିରେ ବୁଲିବାକୁ ସୁଯୋଗ ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପ୍ରତିବାଦ କରିବାରୁ ସଫାରୀ କର୍ମଚାରୀ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ ।
ଯାହାହାପରେ ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଜଣ ଲୋକଙ୍କୁ ଡାକି ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲେ । ଏମିତିକି ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ୍କୁ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାକୁ ନେଇ ପର୍ଯ୍ୟଟକ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)