/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653219593.jpg)
Police Station
ଜଗତସିଂହପୁର ଜିଲ୍ଲାରେ ଜଣେ ବିଡିଓ ଏବଂ ଜଣେ ସରପଞ୍ଚଙ୍କ ନାମରେ ଫୌଜଦାରୀ ମାମଲା । କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । କୁଜଙ୍ଗ ଅଞ୍ଚଳର ବ୍ଲକ ର୍ନିବାଚନ ଅଧିକାରୀ ତଥା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ପାରାଦୀପ ଗଡ଼ ସରପଞ୍ଚ ସସ୍ମିତା ବେହେରାଙ୍କ ନାମରେ କୁଜଙ୍ଗ ଥାନାରେ ମାମଲା ରୁଜୁ ହୋଇଛି । IPC ଦଫା ୪୬୫, ୪୬୬, ୪୭୧, ୧୭୧-G ଏବଂ ୩୪ ରେ କାଗଜପତ୍ର ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଲାଗିଛି ।
ସରପଞ୍ଚ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ସସ୍ମିତା ବେହେରା ତାଙ୍କ ଆଫିଡେଭିଟରେ ଦସ୍ତଖତ କରିନଥିଲେ । ମିହିର କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏହା ଜାଣିବାକୁ ପାଇଥିଲେ । ତେବେ ଦ୍ୱିତୀୟ ଥର ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ପରେ ଆଫିଡେଭିଟରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ବେହେରାଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଥିଲା । ଏହା କିଭଳି ସମ୍ଭବ ହେଲା ସେନେଇ ପ୍ରଶ୍ନ ଉଠିବା ପରେ କୋର୍ଟ ଫୌଜଦାରୀ ମାମାଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏଭଳି ମାମଲା ସଂପର୍କରେ ପାରଦୀପ ଗଡ଼ ସରପଞ୍ଚ କିଛି ଜାଣିନଥିବା କହିଛନ୍ତି । ଏନେଇ କୁଜଙ୍ଗ ପୋଲିସର କୌଣସି ପ୍ରତିକ୍ରିୟା ମିଳିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)