/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652883531.jpg)
Family Issue
ଯୌତୁକ ନିର୍ଯାତନାରେ ଜଳୁଛନ୍ତି ନିରଞ୍ଜନଙ୍କ ପରିବାର । ବିବାହ ପରଠାରୁ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ଉପରେ ବଢିଚାଲିଛି ବୋହୂର ଅତ୍ୟାଚାର। ଆପଣମାନେ ବୋହୂ ଉପରେ ଶାଶୂଘର ଲୋକେ ନିର୍ଯାତନା କରୁଥିବା ଖବର ଶୁଣିଥିବେ ବା ଦେଖିଥବେ ନିଶ୍ଚୟ । ହେଲେ ଏଇଠି କିନ୍ତୁ ମାମଲା ପୂରା ଓଲଟା । ବାହାଘର ଦିନରୁ ବୋହୂ ଏମିତି ଉତ୍ପାତ କରୁଛି ଯେ, ଘରେ ରହିବା ଏମାନଙ୍କ ପକ୍ଷରେ ଏବେ କଷ୍ଟକର ହେଲାଣି ।
ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ । ତେବେ ଏମିତି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣାରୁ । ନିରଞ୍ଜନ ୨୦୨୦ ମସିହା ଡିସେମ୍ବର ମାସରେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ସ୍ୱାମୀ ଓ ପରିବାର ଲୋକଙ୍କ ଉପରେ ବୋହୂ ଅତ୍ୟାଚାର ଆରମ୍ଭ କରି ଦେଇଥିଲା । ଏସମ୍ପର୍କରେ ଶ୍ୱଶୁର ଘର ଲୋକେ ଝିଅର ବାପାଙ୍କୁ ଜଣାଇଥିଲେ । ଏହାପରେ ମାମଲା ବଢିଥିଲା ସିନା ଛିଣ୍ଡିନଥିଲା ।
ବୋହୂର ବାପଘରକୁ ଶାଶୂଘର ଲୋକ ଖବର ଦେଲେ । ହେଲେ ପୋଲିସ କିନ୍ତୁ ନିରଞ୍ଜନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନିରଞ୍ଜନଙ୍କ ଅଭିଯୋଗ ଅନୁସାରେ, ବୋହୂ ଘରର କୌଣସି କାମ କରେ ନାହିଁ । ବାପଘର ଲୋକଙ୍କୁ ଜଣାଇବା ପରେ ୪ ମାସ ନେଇ ସେମାନେ ତାଙ୍କ ପାଖରେ ଝିଅକୁ ରଖିଲେ । ଆଉ ପରେ କୌଣସି ସମାଧାନ ନହେବାରୁ ବଡଚଣା ଥାନାରେ ଯୌତୁକ ନିର୍ଯାତନା କେସ୍ ଦେଇଥିଲା ବୋହୂ । ଏହାକୁ ଭିତ୍ତି କରି ବଡଚଣା ଥାନା ପୋଲିସ ୧୩୬/୨୨ରେ ଏକ ୪୯୮ (ଏ) କେଶ କରି ତଦନ୍ତ କରୁଛି ସତ । କିନ୍ତୁ ସମାଧାନ ରାସ୍ତା ବାହାରିପାରୁନି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ବୋହୂର ଏମିତି କାଣ୍ଡ ସମ୍ପର୍କରେ ବାରମ୍ବାର ବାପ ଘର ଲୋକଙ୍କୁ ଖବର ଦେବା ପରେ ବି ସେମାନେ କୌଣସି ସମାଧାନ ନକରି ଓଲଟି ଥାନାରେ ମାମଲା ଦାୟର କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ମଧ୍ୟ ନାପସନ୍ଦ କରିଛନ୍ତି । ଆଉ ପୋଲିସର ଏମିତି କାଣ୍ଡ ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)