/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653276092.jpg)
Ajay Devgn-Style Stunt Lands Noida Man In Jail, 2 Expensive SUVs Seized
ମହଙ୍ଗା ପଡ଼ିଲା ଅଜୟ ଦେବ୍ଗନ୍ ଷ୍ଟାଇଲ୍ ଷ୍ଟଣ୍ଟ୍ବାଜି । ଜେଲ୍ ଗଲେ ଷ୍ଟଣ୍ଟ୍ କରୁଥିବା ଯୁବକ । ଉତ୍ତରପ୍ରଦେଶ ନୋଇଡ଼ାରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ଯୁବକ ଅଜୟ ଦେବ୍ଗନ୍ ଷ୍ଟାଇଲ୍ ଷ୍ଟଣ୍ଟ୍ବାଜି କରୁଥିଲେ । ଯାହା ଯୁବକଙ୍କ ଉପରେ ହିଁ ଭାରି ପଡିଲା । ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକଙ୍କ ନାଁ ରାଜୀବ ହୋଇଥିବା ଜଣାପଡିଛି ।
ଉତ୍ତରପ୍ରଦେଶ ସୋରାଖା ଗାଁର ୨୧ ବର୍ଷୀୟ ରାଜୀବ ଗୋଲ୍ମାଲ ଫିଲ୍ମର ଅଜୟ ଦେବଗନଙ୍କ ଏଣ୍ଟ୍ରି ସିନ୍ ଭଳି ରାସ୍ତାରେ ବିପଦସଂକୁଳ ଢଙ୍ଗରେ ୨ଟି ଚଳନ୍ତା ଏସ୍ୟୁଭି କାର୍ ଉପରେ ଛିଡ଼ା ହୋଇ ଷ୍ଟଣ୍ଟ୍ କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ । ଭିଡିଓଟି ଭାଇରାଲ ହେବା ପରେ ସମ୍ପୃକ୍ତଙ୍କୁ ଯୁବକଙ୍କୁ ଗିରଫ କରିବା ସହ ନୋଇଡ଼ା ପୋଲିସ ୨ଟି ଯାକ ଦାମୀ ଏସ୍ୟୁଭି ଜବତ କରିଛି । ଏନେଇ ଗୌତମବୁଦ୍ଧ ନଗର ପୋଲିସ କମିଶନରେଟ୍ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଠିକ୍ ସେହିପରି ଆଉ ଜଣେ ଯୁବକ ମଧ୍ୟ ବିପଦସଂକୁଳ ଢଙ୍ଗରେ ରାସ୍ତାରେ ବାଇକ୍ ଚଲାଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା ।
ଦେଖନ୍ତୁ ଯୁବକଙ୍କ ଷ୍ଟଣ୍ଟ୍ ଭିଡିଓ :-
गाड़ियों व बाइक पर खतरनाक स्टंट करने वाले युवक को थाना सेक्टर-113 नोएडा पुलिस द्वारा गिरफ्तार कर स्टंट में प्रयुक्त वाहनों को सीज किया गया।#UPPolicepic.twitter.com/92yYu33O45
— POLICE COMMISSIONERATE GAUTAM BUDDH NAGAR (@noidapolice) May 22, 2022
ନିକଟରେ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନ୍ଙ୍କ ଭଳି ପ୍ରସିଦ୍ଧ କଳାକାରମାନେ ଗୁଟ୍ଖା ଏବଂ ତମାଖୁର ବିଜ୍ଞାପନ କରୁଥିବା ନେଇ ସ୍ଥାନୀୟ ଆଞ୍ଚଳର ଜଣେ ସମାଜସେବୀ ତମନ୍ନା ହାଶମୀ ବିହାର ମୁଜାଫରପୁର କୋର୍ଟରେ ଦାୟର ମାମଲା କରିଥିଲେ ।
ଅଭିଯୋଗ ଅନୁଯାୟୀ, ଏଭଳି ମାଦକ ଦ୍ରବ୍ୟ ଖାଇବା ପାଇଁ ଏହି କଳାକାରମାନେ ସମାଜକୁ ପ୍ରୋତ୍ସାହିତ କରୁଛନ୍ତି । ଲୋକପ୍ରିୟ ଅଭିନେତା ଗୁଟ୍ଖା ତମାଖୁ ଭଳି ଦ୍ରବ୍ୟର ବିଜ୍ଞାପନ କଲେ ସାଧାରଣ ଲୋକ ଏଥିପ୍ରତି ଆକୃଷ୍ଟ ହୋଇ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି । ଯାହାକି ସମାଜ ପାଇଁ କ୍ଷତିକାରକ । ତେଣୁ ସମାଜସେବୀ କୋର୍ଟରେ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କ ବିରୋଧରେ ପିଟିସନ୍ ଦାଖଲ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)