/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652843829.jpg)
Student leader manages narrow escape in Bhubaneswar firing
ରାଜଧାନୀର ଛାତି ଉପରେ ଗୁଳିକାଣ୍ଡ । ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି ।
ବିଭୂଙ୍କ ଅଭିଯୋଗ ଅନୁଯାୟୀ, ଘଟଣାସ୍ଥଳରେ ସେ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇ ଥିବା ସମୟରେ ୨ ଜଣ ଦୁର୍ବୁତ୍ତ ପହଞ୍ଚିଥିଲେ । ଆଉ ରାଜନୈତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ଫଳରେ ବିଭୂ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ୨ ଜଣ ବନ୍ଧୁକଧାରୀ ଦୁର୍ବୁତ୍ତ ।
ଘଟଣାକୁ ନେଇ ବିଭୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ କରିବାକୁ ଆସିଥିବା ଛାତ୍ର ନେତା ବିଭୁ ଜେନା ଏବଂ ଫାୟାରିଂ କରିଥିବା ୨ ଯୁବକଙ୍କୁ ପୋଲିସ ଅଟକ ରଖିଛି । ତେବେ ଗୁଳିକାଣ୍ଡରେ ସମ୍ପୃକ୍ତ ୨ ଦୁର୍ବୁତ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଘଟଣା ପଛରେ କେବିଏନ୍ ଗ୍ରୁପ୍ ଥିବା ଆଶଙ୍କା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)