/odishatv-khabar/media/post_attachments/uploadimage/library/16_9/16_9_0/killing-mother_1626697865.jpg)
killing husband
ସାତ ଜନ୍ମର ସାଥା ହେବା ପାଇଁ ଯାହା ହାତ ଧରିଥିଲେ ତାକୁ ହିଁ ଜୀବନରୁ ମାରିଦେଲେ । ପାରିବାରିକ କଳହରୁ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ସ୍ତ୍ରୀ । ମୟୂରଭଞ୍ଜ ଉଦଳା ଶରତ ଥାନା ସିରିଆପାଳ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବାର ସୂଚନା ମିଳିଛି ।
ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲା । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଦୁରା ସିଂହ । ଘଟଣା ପରେ ସ୍ତ୍ରୀ ଗୁରୁବାରୀ ସିଂହ ଫେରାର ହୋଇଯାଇଛି।
ଗତକାଲି ରାତିରେ ଲାଦୁରା ଓ ଗୁରୁବାରୀ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସ୍ତ୍ରୀ ଗୁରୁବାରୀ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ଲାଦୁରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)