ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।
ପୋଲିସ ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପୋଲିସ କହିଛି, ମୃତ ବ୍ୟକ୍ତିଙ୍କ ଗଳା ଓ ଦେହରେ ଅନେକ ଆଘାତ ଲାଗିଛି । ସଂପୃକ୍ତ ମହିଳା ଜଣଙ୍କ ଏହି ବ୍ୟକ୍ତିଙ୍କ ପଞ୍ଚମ ପତ୍ନୀ ଥିଲେ।
ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି।
ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ।
କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCBରେ ଭର୍ତ୍ତି କରାଯାଇଛି।
ମଡେଲ ଆବି ଚୋଇଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଉକ୍ତ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍ରେ ।
ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି।
୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା
କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ।
ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ ।
୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ।
କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ। କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ। ବାସ୍, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା।
ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ। ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ। ବାସ୍ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଲିଖିତ ପ୍ରଶ୍ନରେ ତୁଷାରକାନ୍ତି କହିଛନ୍ତି, କ୍ରାଇମବ୍ରାଂଚ ଏହି ଘଟଣାର ସବୁ ସମ୍ଭାବ୍ୟ ଦିଗରେ ତଦନ୍ତ କରୁଛି ।
ହତ୍ୟାକାଣ୍ଡର ମାସେ ପୁରିବା ପରେ ତଦନ୍ତପଣିଆକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ପ୍ରତ୍ୟକ୍ଷଦର୍ଶୀଙ୍କଠୁ ଆରମ୍ଭ କରି ସାଧାରଣଜନତା ଓ ସମର୍ଥକ ।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।
ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି ।
କ୍ରାଇମବ୍ରାଞ୍ଚ ସତ ଲୁଚାଇ ବାଟବଣା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ । ନବ ହତ୍ୟା ତଦନ୍ତର ଗତିକୁ ନେଇ ସନ୍ଦେହରେ କ୍ରାଇମବ୍ରାଞ୍ଚ ।
ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।
ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀଙ୍କ ପ୍ରବଳ ମାଡ଼ ଯୋଗୁଁ ସ୍ତ୍ରୀ ସଜ୍ଞାହୀନ ହୋଇପଡ଼ିଥିଲେ । ପରେ ପରେ ସ୍ୱାମୀ ବିଷ ପିଇଦେଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।